ଦୁଇ ବ୍ୟକ୍ତିଙ୍କ କଳିରେ ବଳି ପଡ଼ିଲା ୩ ବର୍ଷର ଶିଶୁ; ପୂର୍ବ ଶତ୍ରୁତାକୁ ନେଇ ପଥରରେ ଛେଚି ହତ୍ୟା

Advertisment

ପୂର୍ବ ଶତ୍ରୁତା ପାଇଁ ବଳି ପଡ଼ିଲା ତିନି ବର୍ଷର ଶିଶୁ । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରୁ ଆସିଛି ଅଭାବନୀୟ ଘଟଣା । ନହବେଡ଼ା ଗ୍ରାମର ଶ୍ରୀତମ ମୁଣ୍ଡା ନିଜ ବନ୍ଧୁ ଚନ୍ଦନ ମୁଣ୍ଡାଙ୍କ ସହ କୌଣସି କଥାକୁ ଝଗଡ଼ା ହୋଇଥିଲା । ଏହାକୁ ନେଇ ଭୀଷଣ ରାଗି ଯାଇଥିଲା ଶ୍ରୀତମ ।

39sdbgn

Photograph: (kanaknews)

କନକ ବ୍ୟୁରୋ : ପୂର୍ବ ଶତ୍ରୁତା ପାଇଁ ବଳି ପଡ଼ିଲା ତିନି ବର୍ଷର ଶିଶୁ । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରୁ ଆସିଛି ଅଭାବନୀୟ ଘଟଣା । ନହବେଡ଼ା ଗ୍ରାମର ଶ୍ରୀତମ ମୁଣ୍ଡା ନିଜ ବନ୍ଧୁ ଚନ୍ଦନ ମୁଣ୍ଡାଙ୍କ ସହ କୌଣସି କଥାକୁ ଝଗଡ଼ା ହୋଇଥିଲା । ଏହାକୁ ନେଇ ଭୀଷଣ ରାଗି ଯାଇଥିଲା ଶ୍ରୀତମ । ପରିଣାମ ସ୍ବରୂପ ଗତ ୨୬ ତାରିଖରେ ଚନ୍ଦନଙ୍କ ପୁଅକୁ କୋଳି ଦେବା ବାହାରରେ ବାହାରକୁ ଡାକି ନେଇଥିଲା । ଆଉ ସୁଯୋଗ ପାଇ ତିନି ବର୍ଷର ନିରୀହ ଶିଶୁକୁ ପଥରରେ ଛେଚି ଅତି ଅମାନୁଷିକ ଭାବେ ହତ୍ୟା କରିଛି ଶ୍ରୀତମ। ଘଟଣା ପରେ ଶିଶୁ ନିଖୋଜ ନେଇ ଝୁମ୍ପୁରା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ପୁଲିସ ତଦନ୍ତ ଆରମ୍ଭ କରିଥିଲା । ମଙ୍ଗଳବାର ସକାଳେ ଶିଶୁଟିର ମୃତଦେହ ଠାବ କରିଥିଲା ପୁଲିସ । ଘଟଣାସ୍ଥଳରେ ଅତିରିକ୍ତ ଏସପି, ମାଜିଷ୍ଟ୍ରେଟ, ପୁଲିସ, ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜୋରଦାର କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe