କନକ ବ୍ୟୁରୋ: କଣ୍ଟାବାଞ୍ଜି କୁକୁଡାହାଡ଼ ରେଳ ଲାଇନରୁ ଦୁଇ ମହିଳାଙ୍କ ମୃତ ଦେହ ଠାବ ହୋଇଛି । ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିନାହିଁ । ଦୁଇ ରେଳ ଲାଇନ ଖୁଣ୍ଟପାଖରେ ଦୁଇ ମହିଳାଙ୍କ ମୃତ ଦେହ ପଡିରହିଛି । ଜଣେ ମହିଳାଙ୍କ ବୟସ ୫୦ରୁ ୫୫ ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କ ବୟସ ୪୦ ବର୍ଷ ବୋଲି ଅନୁମାନ କରାଯାଉଛି । ତେବେ ଦୁଇ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ କଣ୍ଟାବାଞ୍ଜି ଜିଆରପି ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛି।

Advertisment

କଟକରେ ଚାଞ୍ଚଲ୍ୟ । କନ୍ଦରପୁର ଅଞ୍ଚଳରେ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ହତ୍ୟା କରି ନଦୀ ପଠାରେ ମୃତଦେହ ଫିଙ୍ଗିଦେଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରମହଂସ ସ୍ଥିତ କାଠଯୋଡି ନଦୀ ପଠାରେ ପଡିଥିଲା ମୃତଦେହ। ମହିଳାଙ୍କ ମୁହଁ ଓ ବେକରେ ରହିଛି ଗଭୀର କ୍ଷତ । ଘଟଣାସ୍ଥଳରେ କନ୍ଦରପୁର ଥାନା ପୋଲିସ ତଦନ୍ତ କରୁଛି । ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି ।