କନକ ବ୍ୟୁରୋ: ସମୁଦ୍ରରେ ଭାସିଗଲେ ୩ ପର୍ଯ୍ୟଟକ, ଜଣେ ମୃତ, ଜଣେ ନିଖୋଜ । ଓଡିଶା -ପଶ୍ଚିମବଙ୍ଗ ସୀମାନ୍ତ ତାଜପୁର ବେଳାଭୂମିରେ ଗାଧୋଇବା ବେଳେ ଅଘଟଣ । ୩ ପର୍ଯ୍ୟଟକ ଭାସିଯାଇଥିବା ପ୍ରଶାସନ ପକ୍ଷରୁ ସ୍ପିଡ୍ ବୋଟ ଜରିଆରେ ଦୁଇ ଜଣକୁ ଉଦ୍ଧାର କରାଯାଇଛି । ଅନ୍ୟ ଜଣେ ଯୁବକ ନିଖୋଜ ଅଛନ୍ତି । ତେବେ ଉଦ୍ଧାରକାରୀ ଟିମ୍ ଯେଉଁ ଦୁଇ ଜଣକୁ ଉଦ୍ଧାର କରିଥିଲା ସେଥି ମଧ୍ୟରୁ ଜଣେ ପର୍ଯ୍ୟଟକ ଜୀବିତ ଥିଲାବେଳେ ଅନ୍ୟ ଜଣକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଉକ୍ତ ଯୁବକମାନେ ପଶ୍ଚିମବଙ୍ଗ ବାରସାତ ଅଞ୍ଚଳର ବୋଲି ଜଣାପଡିଛି ।