କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ଅଖନୋର ସେକ୍ଟରରେ ଯବାନଙ୍କ ଆକ୍ରମଣରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀମାନେ ସେନା ଗାଡି ଉପରକୁ ଗୁଳି ଚଳାଇବା ପରେ ପାଲଟା ଆକ୍ରମଣରେ ତିନି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସୁରକ୍ଷାକର୍ମୀମାନେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ଏବେବି ଜମ୍ମୁ-କଶ୍ମୀରର ଅଖନୋରଠାରେ ବ୍ୟାପକ ସର୍ଚ୍ଚ ଅପରେସନ ଚାଲିଛି । ଯବାନମାନେ ଟ୍ୟାଙ୍କ ଧରି ବୁଲୁଥିବାର ଚିତ୍ର ସାମ୍ନାକୁ ଆସିଛି । ୩୨ ଫିଲ୍ଡ ରେଜିମେଂଟ ସମ୍ପୂର୍ଣ୍ଣ ଅଂଚଳକୁ ଘେରାବନ୍ଦୀ କରିଛି ସେନା । ସେନା ଅଧିକାରୀଙ୍କ ସୂଚନାରେ ଅନୁସାରେ ଆଜି ସକାଳ ୭ଟାରେ ସେନାର ଆମ୍ବୁଲାନ୍ସ ଗାଡି ଗାଁ ରାସ୍ତାରେ ଯିବା ସମୟରେ ଅଚାନକ ଗୁଳି ମାଡ ହୋଇଥିଲା । ସଂପୃକ୍ତ ଅଞ୍ଚଳରେ ସକାଳ ପ୍ରାୟ ୭ଟା ବେଳକୁ ତିନିଜଣ ଆତଙ୍କବାଦୀ ସେନା ଗାଡ଼ି ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚାଳନା କରିଥିଲେ । ପରେ ସୁରକ୍ଷାବାହିନୀ ତୁରନ୍ତ ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଥିଲେ । ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ଦୀପାବଳି ପାଇଁ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଥିବା ଜଣାପଡ଼ିଛି । ତାହା ସତ୍ତେ୍ୱ ବି ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି । ଗତ ଏକ ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ୨ ସୈନିକଙ୍କ ସମେତ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି ଏବଂ ଅକ୍ଟୋବର ୨୪ ତାରିଖରେ ଆତଙ୍କବାଦୀମାନେ ବାରାମୁଲ୍ଲା ଜିଲ୍ଲାର ଗୁଲମର୍ଗ ନିକଟରେ ଏକ ସେନା ଗାଡି ଉପରେ ଆକ୍ରମଣ କରି ଦୁଇ ଜଣ ସୈନିକଙ୍କ ସମେତ ସମୁଦାୟ ୪ ଜଣଙ୍କୁ ହତ୍ୟା କରିଥିଲେ ।
ଜମ୍ମୁ-କଶ୍ମୀରର ଅଖନୋର ସେକ୍ଟରରେ ଯବାନଙ୍କ ଏନକାଉଣ୍ଟରେ ୩ ଆତଙ୍କବାଦୀ ନିହତ: ସେନା ଗାଡି ଉପରକୁ ଗୁଳିମାଡ ପରେ ପାଲଟା ଆକ୍ରମଣ କରିଥିଲା ଭାରତୀୟ ସେନା
ଜମ୍ମୁ-କଶ୍ମୀରର ଅଖନୋର ସେକ୍ଟରରେ ଯବାନଙ୍କ ଆକ୍ରମଣରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀମାନେ ସେନା ଗାଡି ଉପରକୁ ଗୁଳି ଚଳାଇବା ପରେ ପାଲଟା ଆକ୍ରମଣରେ ତିନି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।