କନକ ବ୍ୟୁରୋ : ପୋଲିସ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ । ୩ଜଣ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ପୋଲିସ । ଏହା ସହ ଜବତ ହୋଇଛି ୨ଟି ଏକେ-୪୭ ବନ୍ଧୁକ ଏବଂ ଅନ୍ୟ ମାରଣାସ୍ତ୍ର । 

Advertisment

ତେବେ ଏହି ଏନକାଉଣ୍ଟର ଉତ୍ତରପ୍ରଦେଶ ପିଲଭିତରେ ହୋଇଛି । ୟୁପି ଓ ପଞ୍ଜାବ ପୋଲିସର ମିଳିତ ଅପରେସନରେ ୩ ଆତଙ୍କୀଙ୍କୁ ନିପାତ କରାଯାଇଛି । ଏହି ୩ ଆତଙ୍କୀ ପଞ୍ଜାବର ଏକ ଥାନା ଉପରେ ଆକ୍ରମଣ କରିଥିଲେ ।