ଜମ୍ମୁ ରାମବନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୭୦୦ ଫୁଟ ଖାଇକୁ ଖସିଲା ସେନା ଗାଡ଼ି

Advertisment

ଘଟଣାସ୍ଥଳରେ ୩ଯବାନ ସହୀଦ । ଶ୍ରୀନଗରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ।

ଘଟଣାସ୍ଥଳରେ ୩ଯବାନ ସହୀଦ । ଶ୍ରୀନଗରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ।

ସେନା ଗାଡ଼ି ଦୁର୍ଘଟଣା

ସେନା ଗାଡ଼ି ଦୁର୍ଘଟଣା Photograph: (Kanak News)

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୩ ସେନା କର୍ମଚାରୀ ସହିଦ ହୋଇଛନ୍ତି । ସୂଚନାଅନୁସାରେ, ସେନା ଟ୍ରକ୍ ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଜାତୀୟ ରାଜପଥ ୪୪ ଦେଇ ଗତି କରୁଥିଲା । ତେବେ କଶ୍ମୀରର ରାମବନ ଠାରେ ଗାଡ଼ିଟି ୭୦୦ ଫୁଟ୍ ତଳ ଖାଇକୁ ଖସିଯାଇଥିଲା । ଦୁର୍ଘଟଣାରେ ୩ଜଣ ଯବାନ ସହିଦ ହୋଇଛନ୍ତି । 

ସେନା, ପୁଲିସ, ଏସ୍‌ଡିଆରଏଫ୍ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ମିଳିତ ସହଯୋଗରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଦୁର୍ଘଟଣାରେ ଅମିତ୍ କୁମାର, ସୁଜିତ କୁମାର ଓ ମାନ ବାହାଦୂରଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତଦେହକୁ ଘାଟିରୁ ଉଦ୍ଧାର କରାଯାଇଛି । ବଟୋଟେ ଥାନା ଏସ୍ଏଚ୍ଓ ବିକ୍ରମ ପରିହାର କହିଛନ୍ତି ଯେ, ମୃତକଙ୍କୁ ରାମବନ ଜିଲ୍ଲା ହସ୍ପିଟାଲକୁ ନିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe