କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୩ ସେନା କର୍ମଚାରୀ ସହିଦ ହୋଇଛନ୍ତି । ସୂଚନାଅନୁସାରେ, ସେନା ଟ୍ରକ୍ ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଜାତୀୟ ରାଜପଥ ୪୪ ଦେଇ ଗତି କରୁଥିଲା । ତେବେ କଶ୍ମୀରର ରାମବନ ଠାରେ ଗାଡ଼ିଟି ୭୦୦ ଫୁଟ୍ ତଳ ଖାଇକୁ ଖସିଯାଇଥିଲା । ଦୁର୍ଘଟଣାରେ ୩ଜଣ ଯବାନ ସହିଦ ହୋଇଛନ୍ତି ।
ସେନା, ପୁଲିସ, ଏସ୍ଡିଆରଏଫ୍ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ମିଳିତ ସହଯୋଗରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଦୁର୍ଘଟଣାରେ ଅମିତ୍ କୁମାର, ସୁଜିତ କୁମାର ଓ ମାନ ବାହାଦୂରଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତଦେହକୁ ଘାଟିରୁ ଉଦ୍ଧାର କରାଯାଇଛି । ବଟୋଟେ ଥାନା ଏସ୍ଏଚ୍ଓ ବିକ୍ରମ ପରିହାର କହିଛନ୍ତି ଯେ, ମୃତକଙ୍କୁ ରାମବନ ଜିଲ୍ଲା ହସ୍ପିଟାଲକୁ ନିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/04/EqIfwzHbQDwnzRNdI46T.jpg)