କନକ ବ୍ୟୁରୋ : ଚାଉଳ ଯୋଗାଣରେ ହେରଫେର ଓ ଖରାପ ଚାଉଳ ଯୋଗାଣ ଅଭିଯୋଗରେ ସିଲ୍ ହେଲା ରାଇସ୍ ମିଲ୍ । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟ ୩ଟି ରାଇସ ମିଲକୁ ସିଲ୍ କରାଯାଇଛି । ବିଭାଗୀୟ ମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ଚାଉଳ ଯୋଗାଣରେ ହେରଫେର ଓ ଅନିୟମିତତା ନେଇ ଅଭିଯୋଗ ଆସିଥିଲା । ଏହି ସମୟରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଏବଂ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନନ୍ୟା ଦାସ ପ୍ରମୁଖ ରାଇସ୍ ମିଲ୍ ଉପରେ ଚଢାଉ କରିଥିଲେ । ଏହାପରେ ପ୍ରଶାସନ ଜିଲ୍ଲାର ୩ଟି ଚାଉଳ ଗୋଦାମକୁ ସିଲ୍ କରିଛି ।
ଚାଉଳ ଯୋଗାଣରେ ହେରଫେର ଓ ଖରାପ ଚାଉଳ ଯୋଗାଣ ଅଭିଯୋଗ । ସିଲ୍ ହେଲା ସୁବର୍ଣ୍ଣପୁର ଜିଲ୍ଲାର ୩ ରାଇସ୍ ମିଲ୍
ଚାଉଳ ଯୋଗାଣରେ ହେରଫେର ଓ ଖରାପ ଚାଉଳ ଯୋଗାଣ ଅଭିଯୋଗରେ ସିଲ୍ ହେଲା ରାଇସ୍ ମିଲ୍ । ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟ ୩ଟି ରାଇସ ମିଲକୁ ସିଲ୍ କରାଯାଇଛି ।