କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ବକାୱଣ୍ଡ ରାଜନଗର ନିକଟରେ ପିକଓଫ-ଟ୍ରାକ୍ଟର ଧକ୍କା । ଦୁର୍ଘଟଣାରେ ୩ ଓଡ଼ିଆ ଶ୍ରମିକ ମୃତ ଓ ୧୨ ଆହତ ହୋଇଥିବା ସୂଚନା ମିଳିଛି । ମୃତକ ଶ୍ରମିକ ମାନେ ହେଲେ ଏମ କେରାଗାଁ ପଞ୍ଚାୟତ ଶିରିଗୁଡ଼ା ଗ୍ରାମର ଧନାଇ ଭତ୍ରା, ପୂର୍ଣ୍ଣି ଭତ୍ରା ଓ ଦୟାବତୀ ସରାବୁ । ଛତିଶଗଡ ବାକାୱଣ୍ଡ ଥାନା ପଣ୍ଡାନାର ଗୁଜୁରାତି କୃଷି ଫାର୍ମରେ କାମ କରିବାକୁ ପ୍ରତିଦିନ ପିକଅଫ ଯୋଗେ ଯିବାଆସିବା କରନ୍ତି ଏମ.କେରାଗାଁ ପଞ୍ଚାୟତ ଶିରାଗୁଡ଼ା ଗ୍ରାମର ୨୦ରୁ୨୫ ଶ୍ରମିକ । ଶନିବାର ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ବକାୱଣ୍ଡ ନିକଟ ରାଜନଗର ନିକଟରେ ଧାନ ଭାର ଆଣୁଥିବା ଟ୍ରାକ୍ଟର ଟ୍ରାଲି ସହ ପିକଅପ ଭ୍ୟାନର ଧକ୍କା ହେଇଥିଲା ।

Advertisment

ଘଟଣାସ୍ଥଳରେ ଆହତ ସମସ୍ତ ଶ୍ରମିକଙ୍କୁ ଡିମରାପାଲ ମେଡିକାଲ କଲେଜକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୩ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଗୁରୁତର ରହିଛନ୍ତି । ଆଉ କିଛି ଆହତ ହୋଇ ଚିକିତ୍ସା ହେଉଥିବା ଜଣାପଡ଼ିଛି । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଡିମାରାପାଲା ସ୍ଥିତ ମେଡ଼ିକାଲ କଲେଜକୁ ପହଞ୍ଚି ଚିକିତ୍ସାଧୀନ ଥିବା ଗୁରୁତର ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି ।