ବାଇକ୍ ଓ କାର ଦୁର୍ଘଟଣାରେ ଗଲା ୩ ଜୀବନ, ୨ ଗୁରୁତର

ବାଲେଶ୍ୱରରେ ବାଇକ୍ ଦୁର୍ଘଟଣା  । ଗୋଟିଏ ବାଇକରେ ୪ଜଣ ଯାଉଥିବାବେଳେ ଭାରସାମ୍ୟ ହରାଇ କଲଭର୍ଟରେ ହୋଇଥିଲା ବାଡେଇ  ।୨ ମୃତ ୨ ଗୁରୁତର,  ସେପଟେ ଯାଜପୁରରେ କାର ଓଲଟି ଜଣେ ମୃତ ୨ ଗୁରୁତର ।

Screen Shot 2024-11-20 at 9.22.08 AM

କନକ ବ୍ୟୁରୋ: ବାଲେଶ୍ୱର ଗୁଜୁରି ବଜାର ନିକଟରେ ଦୁର୍ଘଟଣା । ଗୋଟିଏ ବାଇକରେ ୪ ଜଣ ଯାଉଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକଟି କଲଭର୍ଟରେ ବାଡେଇ ହୋଇଥିଲା । ବାଇକରେ ଥିବା ସମସ୍ତେ ତଳକୁ ଖସିପଡ଼ିଥିଲେ । ସେମାନଙ୍କ ପାଖରେ ଥିବା ବ୍ୟାଗରୁ ତେଲେଙ୍ଗା କଟୁରି, ଛୁରୀ ମିଳିଛି । ଭୋର ପ୍ରାୟ ୩ଟାରେ ଏଭଳି ଦୁର୍ଘଟଣା ଘଟିଛି । 

ଯାଜପୁରରେ ବି ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା କାର୍ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ୨ ଗୁରୁତର । ଯାଜପୁର ଟାଉନରୁ ମଙ୍ଗଳପୁରକୁ ସଂଯୋଗ ମୁଖ୍ୟ ରାସ୍ତା ଗୋବର୍ଦ୍ଧନପୁର ଫାୟାରଷ୍ଟେସନ ନିକଟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ଅନୁସାରେ ବାହାଘର ଭୋଜି ସାରି ଫେରୁଥିବାବେଳେ ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ମୃତ ଯୁବକ ହେଲେ କଟକ ଗୋପାଳପୁର ଅଂଚଳର ଦେବେନ୍ଦ୍ର ମହାପାତ୍ରଙ୍କ ୨୨ବର୍ଷୀୟ ପୁଅ ଅଭିନାଶ ମହାପାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe