କନକ ବ୍ୟୁରୋ: ଶ୍ୱାସରୁଦ୍ଧ ହୋଇ ୩ଶ୍ରମିକଙ୍କ ମୃତ୍ୟୁ। କଟକ ବାରଙ୍ଗ ନରଣପୁର ସ୍ଥିତ ଏକ ଆପାର୍ଟମେଣ୍ଟରେ ନିର୍ମାଣାଧିନ ପାଇଖାନା ଟାଙ୍କିରୁ ସେଣ୍ଟରିଙ୍ଗ ପଟା ଖୋଲିବା ବେଳେ ବଡ ଅଘଟଣ। ପାଇଖାନା ଟାଙ୍କି ଭିତରେ ଶ୍ୱାସ ରୁଦ୍ଧ ହୋଇ ୩ ଶ୍ରମିକଙ୍କର ମୃତ ହୋଇଛି। 

Advertisment

ସକାଳୁ  ଟାଙ୍କି କାମରେ ଲାଗିଥିବା ସେଣ୍ଟରିଂ ପଟା ଖୋଲିବା ପାଇଁ ପ୍ରଥମେ ୨ଜଣ ଶ୍ରମିକ ଭିତରକୁ ଯାଇଥିଲେ। ସେମାନେ ଭିତରେ ଅଚେତ ହୋଇ ପଡ଼ିଥିଲେ। ତୃତୀୟ ଶ୍ରମିକ ଜଣକ ଡାକିବାରୁ ଉତ୍ତର ଦେଇ ନଥିଲେ। ସେମାନକୁ ଉଦ୍ଧାର କରିବା ପାଇଁ ଆଉ ଜଣେ ଶ୍ରମିକ ଭିତରକୁ ପସିଥିଲେ।   ସେ ମଧ୍ୟ ସେଠାରେ ଅଚେତ ହୋଇ ପଡ଼ିଥିଲେ। ବାହାରେ କାମ କରୁଥିବା ଅନ୍ୟ ଶ୍ରମିକମାନେ କିଛି ଶବ୍ଦ ନଶୁଣି ନଥିବାରୁ ପାଖକୁ ଯାଇ ଦେଖିବା ପରେ ଘଟଣା ଜଣାପଡିଥିଲା ।  ବାରଙ୍ଗ ଥାନାକୁ ଖବର ଦିଆଯାଇ ଥିଲା। ପୁଲିସ ଓ ବାରଙ୍ଗ  ଅଗ୍ନୀଶମ ବାହିନୀ ଅଚେତ ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରିଥିଲେ।