ଆଉ କେତେ ଦୁଃଖ ଦେଖିବେ ଦାଦନ ଶ୍ରମିକ ? କାମ କରିବାକୁ ଯାଇ ଜୀବନ ହାରିଲେ ୩ ଜଣ, ଆଜି ଜନ୍ମମାଟିରେ ପହଞ୍ଚିବ ମୃତଦେହ

ଆଜି ଜନ୍ମମାଟି ଆସିବ ମୃତଦେହ । ୧୧ ଦିନ ତଳେ ଉମରକୋଟ ଥାନା ବକଡ଼ାବେଡ଼ା ଗାଁର ୧୪ ଜଣ ଶ୍ରମିକ ଜଣେ ଦଲାଲଙ୍କ ସହାୟତାରେ ଦାଦନ ଖଟିବାକୁ ଯାଇଥିଲେ ।

DeadBody

DeadBody Photograph: (KanakNews)

କନକ ବ୍ୟୁରୋ : ସରୁନି ଦାଦନ ଦୁଃଖ । ତେଲେଙ୍ଗାନାକୁ କାମ କରିବାକୁ ଯାଇ ଜୀବନ ହାରିଲେ ୩ ଶ୍ରମିକ । ଆଜି ଜନ୍ମମାଟି ଆସିବ ମୃତଦେହ । ୧୧ ଦିନ ତଳେ ଉମରକୋଟ ଥାନା ବକଡ଼ାବେଡ଼ା ଗାଁର ୧୪ ଜଣ ଶ୍ରମିକ ଜଣେ ଦଲାଲଙ୍କ ସହାୟତାରେ ଦାଦନ ଖଟିବାକୁ ଯାଇଥିଲେ । ତେଲେଙ୍ଗାନା ରାଜ୍ୟର ସିକେନ୍ଦର କମମ ଅଞ୍ଚଳରେ ରାସ୍ତା ପାର୍ଶ୍ଵରେ ଗଛ ଲଗାଇଵା କାର୍ଯ୍ୟରେ ନିୟୋଜିତ ଥିଲେ । ତେବେ ଗଛ ଲଗାଉଥିବା ସମୟରେ ପଛ ପଟୁ ଏକ ଟାଟା ଏସି ଗାଡ଼ି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୩ ଶ୍ରମିକ ଜୟରାମ ଭତ୍ରା, ନାରାୟଣ ଭତ୍ରା ଓ ଚେତମନ ଭତ୍ରା ପ୍ରାଣ ହରାଇଛନ୍ତି । ତିନି ଶ୍ରମିକଙ୍କ ମରଶରୀର ଏକ ଆମ୍ବୁଲାନ୍ସରେ ଆସୁଛି । ଆଜି ଜନ୍ମମାଟି ବକଡ଼ାବେଡ଼ାରେ ପହଞ୍ଚିବ ପାର୍ଥିବ ଶରୀର । ଏହାକୁ ନେଇ ସମଗ୍ର ବକଡ଼ାବେଡ଼ା ଗାଁରେ ଶୋକର ଛାୟା ଖେଳି ଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe