କନକ ବ୍ୟୁରୋ : ଆମେରିକା ପୁଣି ଥରେ ଏକ ଦୁଃଖଦ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଏଥର, ରୋଡ ଆଇଲାଣ୍ଡର ପାୱଟକେଟରେ ଏହା ଘଟିଛି।ଏକ ଆଇସ୍ ହକି ମ୍ୟାଚ୍ ସମୟରେ ଗୁଳିକାଣ୍ଡରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଏହାପରେ ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କ ନିଜକୁ ମଧ୍ୟ ଗୁଳି କରିଛନ୍ତି। ପାୱଟକେଟ୍ ପୁଲିସ ମୁଖ୍ୟ ଟିନା ଗୋନକାଲଭେସ୍ ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ଘଟଣାରେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗିଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଟିନା ଗୋନକାଲଭେସ୍ ସ୍ପଷ୍ଟ କରିଛନ୍ତି, ସନ୍ଦିଗ୍ଧ ବ୍ୟକ୍ତି ଜଣକ ନିଜ ଉପରକୁ ଗୁଳି ଚଳାଇଛନ୍ତି । ଏଥିରେ ତାଙ୍କ ମୃତ୍ୟୁ ଘଟିଛି । ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ପୁଲିସ ଗୁଳି କରିଥିବା ବ୍ୟକ୍ତି ଓ ଅନ୍ୟ ମୃତକଙ୍କ ବୟସ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ କରିନାହିଁ। ପୁଲିସ କହିଛି ଉଭୟ ପ୍ରାପ୍ତବୟସ୍କ। ପ୍ରାରମ୍ଭିକ ତଦନ୍ତରୁ ଅନୁମାନ କରାଯାଉଛି ଯେ ଆକ୍ରମଣ ନିର୍ଦ୍ଦିଷ୍ଟ ଭାବରେ ଟାର୍ଗେଟ କରାଯାଇଥିଲା ଓ ଏହା ଏକ ପାରିବାରିକ ବିବାଦ ସହିତ ଜଡିତ ହୋଇପାରେ। ପୁଲିସ ଗୁଳିକାଣ୍ଡର ପ୍ରତ୍ୟକ୍ଷଦର୍ଶୀମାନଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଛି। ଘଟଣାଟି କିପରି ଘଟିଲା ତାହା ଜାଣିବାକୁ ଚେଷ୍ଟା କରୁଛି ।
ଅଧିକ ପଢ଼ନ୍ତୁ---ତୈଳ ଚୋରା ଚାଲାଣକାରୀଙ୍କ ବିରୋଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ: ୩ ଇରାନୀ ଟ୍ୟାଙ୍କର୍ ଜବତ
ଘଟଣାର ଭିଡିଓ ଭାଇରାଲ
ଖେଳ ସମୟରେ ଗୁଳିକାଣ୍ଡ ଘଟିଣା ନେଇ ପୁଲିସ ଏବେ ଆରେନା ସୁରକ୍ଷା କ୍ୟାମେରା ଓ ଅନ୍ୟାନ୍ୟ ଭିଡିଓ ଫୁଟେଜ୍ ସମୀକ୍ଷା କରୁଛି। ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓଗୁଡ଼ିକରେ ଗୁଳିକାଣ୍ଡ ପରେ ଖେଳାଳିମାନେ ସୁରକ୍ଷିତ ସ୍ଥାନକୁ ପାଇଁ ଦୌଡୁଥିବା ଦେଖାଯାଉଛି। ଖେଳ ଦେଖୁଥିବା ଦର୍ଶକମାନେ ମଧ୍ୟ ସେମାନଙ୍କ ଆସନରୁ ପଳାୟନ କରୁଥିବା ଦେଖାଯାଉଛି। ଭିଡିଓରେ ଜୋରରେ ଗୁଳିକାଣ୍ଡର ଶବ୍ଦ ସ୍ପଷ୍ଟ ଭାବରେ ଶୁଣାଯାଉଛି ।
ଆରେନା ବାହାରେ, ଆହତମାନଙ୍କ ପରିବାର ଓ ଅନ୍ୟ ବ୍ୟକ୍ତିମାନେ କାନ୍ଦୁଥିବାର ଦେଖାଯାଉଛି। ହାଇସ୍କୁଲ ହକି ଖେଳାଳିମାନଙ୍କୁ ବସ୍ରେ ପଠାଇ ଦିଆଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଚ ପକ୍ଷରୁ ଆରେନା ଚାରିପାଖରେ ରାସ୍ତା ବନ୍ଦ କରାଯାଇଥିଲା। ଏହା ସହିତ ଘଟଣାସ୍ଥଳର ସୁରକ୍ଷା ବୃଦ୍ଧି କରିବା ପାଇଁ ହେଲିକପ୍ଟରଗ ସହାୟତା ନିଆଯାଇଥିଲା । ଏହି ଘଟଣା ଆମେରିକାରେ ବାରମ୍ବାର ଘଟୁଥିବା ହିଂସାତ୍ମକ ଆକ୍ରମଣର ଆଉ ଏକ ଦୁଃଖଦ ଘଟଣାକୁ ଦୋହରାଇଛି। ଗୁଳି ଚଳାଇବା ପଛରେ ଥିବା ଉଦ୍ଦେଶ୍ୟ ଏବଂ ଘଟଣାର ସଠିକ୍ ବିବରଣୀ ଜାଣିବା ପାଇଁ ପୋଲିସ ଏବଂ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ସମସ୍ତ ଦୃଷ୍ଟିକୋଣରୁ ମାମଲାର ତଦନ୍ତ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/17/killed-in-shooting-during-hockey-match-2026-02-17-11-02-47.jpg)