ଆତଙ୍କବାଦୀ ଆକ୍ରମଣ ପରେ ଅପହରଣ ; ୩ ଭାରତୀୟଙ୍କୁ ଉଠାଇନେଲେ ଆତଙ୍କୀ ସଂଗଠନ

ଜୁଲାଇ ୧ରେ ଆତଙ୍କବାଦୀ ଆକ୍ରମଣରେ ତିନି ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରାଯାଇଛି । ଏହି ଘଟଣା ମାଲିର କାୟେସ୍ ଅଞ୍ଚଳରେ ଥିବା ଡାଇମଣ୍ଡ୍‌ ସିମେଣ୍ଟ୍‌ କାରଖାନାରେ ଘଟିଛି ।

59

Photograph: (kananews)

କନକ ବ୍ୟୁରୋ : ମାଲିରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୩ ଭାରତୀୟଙ୍କୁ ଅପହରଣ କରାଯାଇଛି । ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଜୁଲାଇ ୧ରେ ଆତଙ୍କବାଦୀ ଆକ୍ରମଣରେ ତିନି ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରାଯାଇଛି । ଏହି ଘଟଣା ମାଲିର କାୟେସ୍ ଅଞ୍ଚଳରେ ଥିବା ଡାଇମଣ୍ଡ୍‌ ସିମେଣ୍ଟ୍‌ କାରଖାନାରେ ଘଟିଛି । ଯେଉଁଠାରେ ସଶସ୍ତ୍ର ଆତଙ୍କବାଦୀମାନେ ଏକ ଯୋଜନାବଦ୍ଧ ଆକ୍ରମଣ କରି ତିନି ଭାରତୀୟଙ୍କୁ ବନ୍ଦୀ କରିଛନ୍ତି ।

ଅପହରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନଥିବା ବେଳେ ଅଲ-କାୟେଦା ସହ ଜଡ଼ିତ ଜାମାତ ନୁସରତ ଆଲ-ଇସଲାମ ବା ଜେଏନଆଇଏମ ସଂଗଠନ ସେହି ଦିନ ମାଲିରେ ଏକାଧିକ ଆକ୍ରମଣ କରିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହି ଘଟଣାକୁ ନିନ୍ଦା କରି ମାଲି ସରକାରଙ୍କୁ ଅପହୃତ ଭାରତୀୟଙ୍କ ସୁରକ୍ଷିତ ଓ ଶୀଘ୍ର ମୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe