କନକ ବ୍ୟୁରୋ : ମାଲିରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୩ ଭାରତୀୟଙ୍କୁ ଅପହରଣ କରାଯାଇଛି । ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଜୁଲାଇ ୧ରେ ଆତଙ୍କବାଦୀ ଆକ୍ରମଣରେ ତିନି ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରାଯାଇଛି । ଏହି ଘଟଣା ମାଲିର କାୟେସ୍ ଅଞ୍ଚଳରେ ଥିବା ଡାଇମଣ୍ଡ୍ ସିମେଣ୍ଟ୍ କାରଖାନାରେ ଘଟିଛି । ଯେଉଁଠାରେ ସଶସ୍ତ୍ର ଆତଙ୍କବାଦୀମାନେ ଏକ ଯୋଜନାବଦ୍ଧ ଆକ୍ରମଣ କରି ତିନି ଭାରତୀୟଙ୍କୁ ବନ୍ଦୀ କରିଛନ୍ତି ।
ଅପହରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନଥିବା ବେଳେ ଅଲ-କାୟେଦା ସହ ଜଡ଼ିତ ଜାମାତ ନୁସରତ ଆଲ-ଇସଲାମ ବା ଜେଏନଆଇଏମ ସଂଗଠନ ସେହି ଦିନ ମାଲିରେ ଏକାଧିକ ଆକ୍ରମଣ କରିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହି ଘଟଣାକୁ ନିନ୍ଦା କରି ମାଲି ସରକାରଙ୍କୁ ଅପହୃତ ଭାରତୀୟଙ୍କ ସୁରକ୍ଷିତ ଓ ଶୀଘ୍ର ମୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/07/03/59-2025-07-03-15-07-48.jpg)