ଇରାନରେ ଅପହରଣ ହେଲେ ଭାରତୀୟ ଯୁବକ,ଅପହରଣ ପରେ ଭିଡିଓ କଲ୍‌ କରି ମାଗୁଛନ୍ତି କୋଟି କୋଟି ଟଙ୍କା

ଆଜକୁ ୧୧ ଦିନ ପୂର୍ବରୁ ସେଠାରୁ ଆସିଥିଲା ଭିଡିଓ କଲ୍‌,ଯେଉଁଥିରେ ଦେଖିଲେ କି,ସେହି ତିନି ଜଣଙ୍କୁ ଏକ ଦଉଡ଼ିରେ ବନ୍ଧା ଯାଇଛି ଏବଂ ସେମାନଙ୍କ ଶରୀରରେ କଟା ଚିହ୍ନ ମଧ୍ୟ ଅଛି । ଖାଲି ସେତିକି ନହେଁ ତାଙ୍କ ବେକରେ ଛୁରୀ ଲଗାଇ ଭିଡିଓ କଲ୍‌ରେ ପଇସା ମାଗୁଛନ୍ତି ।

44ାୈ

Photograph: (kanakNews)

କନକ ବ୍ୟୁରୋ : ଇରାନରେ କିଡ୍‌ନାପ ହୋଇଗଲେ ପଞ୍ଜାବର ତିନି ଜଣ ଯୁବକ । ଅପହରଣକାରୀ ମାଗୁଛନ୍ତି କୋଟି କୋଟି ଟଙ୍କା,କହୁଛନ୍ତି ଟଙ୍କା ଦେଲେ ଆମେ ଛାଡ଼ିଦେବୁ । ଏହି ତିନି ଜଣ ଯୁବକ ସଙ୍ଗରୁର, ଏସବିଏସ ନଗର ଏବଂ ହୋସିଆରପୁର ଜିଲ୍ଲାର ବାସିନ୍ଦା । ଯୁବକମାନଙ୍କୁ ୱାର୍କ ପରମିଟ୍‌ରେ ଅଷ୍ଟ୍ରେଲିଆ ପଠାଇବା ବାହାନାରେ ଦିଲ୍ଲୀରୁ ଇରାନ ପଠାଯାଇଥିଲା ।

ପରିବାର ଲୋକଙ୍କ ସୂଚନା ମୁତାବକ,୧ ମେ’ରୁ ସେମାନେ ପରିବାର ସହିତ ଆଉ ସମ୍ପର୍କରେ ଆସିନାହାନ୍ତି । ଆଜକୁ ୧୧ ଦିନ ପୂର୍ବରୁ ସେଠାରୁ ଆସିଥିଲା ଭିଡିଓ କଲ୍‌,ଯେଉଁଥିରେ ଦେଖିଲେ କି,ସେହି ତିନି ଜଣଙ୍କୁ ଏକ ଦଉଡ଼ିରେ ବନ୍ଧା ଯାଇଛି ଏବଂ ସେମାନଙ୍କ ଶରୀରରେ କଟା ଚିହ୍ନ ମଧ୍ୟ ଅଛି । ଖାଲି ସେତିକି ନୁହେଁ ତାଙ୍କ ବେକରେ ଛୁରୀ ଲଗାଇ ଭିଡିଓ କଲ୍‌ରେ ପଇସା ମାଗୁଛନ୍ତି । କେବେ ୫୫ ଲକ୍ଷ ତ କେବେ କୋଟିଏ ଟଙ୍କା ଦାବି କରୁଛନ୍ତି । ଅନ୍ୟପଟେ ବିଦେଶ ପଠାଇଥିବା ସମ୍ପୃକ୍ତ ସଂସ୍ଥାର ଏଜେଣ୍ଟ ଫେରାର୍‌ ଅଛନ୍ତି ।  

ଅପହୃତ ଯୁବକ ହୁସ୍ନପ୍ରୀତଙ୍କ ମାଆ ବଲବିନ୍ଦର କୌର ସରକାରଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପୁଅକୁ ଅଷ୍ଟ୍ରେଲିଆ ପଠାଇବା ନାମରେ ତାଙ୍କୁ ଠକାଯାଇଛି । ପଡ଼ୋଶୀ ଭୂପେନ୍ଦ୍ର ସିଂହ କହିଛନ୍ତି ଯେ ପଟୱାରୀଙ୍କଠାରୁ ଚିଠି ପାଇବା ପରେ ସେ ଅପହରଣ ବିଷୟରେ ସୂଚନା ପାଇଥିଲେ । ସେ ସମସ୍ତ ଯୁବକଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

ଭାରତୀୟ ଦୂତାବାସ ଇରାନ ସରକାରଙ୍କୁ ତିନି ଜଣ ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦାବି କରିଛନ୍ତି । ଏହା ସହ ସେମାନଙ୍କୁ ଯଥାଶୀଘ୍ର ଖୋଜିବା ପାଇଁ ମଧ୍ୟ ଦାବି କରାଯାଇଛି । ଏହି ମାମଲା ବହୁତ ଗମ୍ଭୀର ହୋଇଥିବାରୁ ଭାରତ ସରକାରଙ୍କଠାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe