ଶୁଦ୍ଧିକ୍ରିୟା ଭୋଜି ଖାଇ ୩ ମୃତ,୩୦ରୁ ଉର୍ଦ୍ଧ ଆକ୍ରାନ୍ତ:ଗାଁରେ ପହଞ୍ଚି ଯାଞ୍ଚ କରୁଛି ମେଡିକାଲ ଟିମ

Advertisment

ଶୁଦ୍ଧିକ୍ରିୟା ଭୋଜି ଖାଇ ୩ମୃତ, ୩୦ରୁ ଉର୍ଦ୍ଧ ଆକ୍ରାନ୍ତ। ଭୋଜି ଖାଇବା ପରେ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି ଲୋକେ । ମୟୁରଭଞ୍ଜ ଗୁଡିଆଲବନ୍ଧ ପଞ୍ଚାୟତର 'ଆଲବନ୍ଧ ବାଥୁଡି ସାହି'ରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଶୁଦ୍ଧିକ୍ରିୟା ଭୋଜି ଖାଇ ୩ମୃତ, ୩୦ରୁ ଉର୍ଦ୍ଧ ଆକ୍ରାନ୍ତ। ଭୋଜି ଖାଇବା ପରେ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି ଲୋକେ । ମୟୁରଭଞ୍ଜ ଗୁଡିଆଲବନ୍ଧ ପଞ୍ଚାୟତର 'ଆଲବନ୍ଧ ବାଥୁଡି ସାହି'ରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

sudhi

କନକବ୍ୟୁରୋ: ଶୁଦ୍ଧିକ୍ରିୟା ଭୋଜି ଖାଇ ୩ମୃତ, ୩୦ରୁ ଉର୍ଦ୍ଧ ଆକ୍ରାନ୍ତ । ଭୋଜି ଖାଇବା ପରେ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି ଲୋକେ । ମୟୁରଭଞ୍ଜ ଗୁଡିଆଲବନ୍ଧ ପଞ୍ଚାୟତର 'ଆଲବନ୍ଧ ବାଥୁଡି ସାହି'ରେ ଏଭଳି ଘଟଣା ଦେଖିବାକୁ ମିଳିଛି ।  ଅସୁସ୍ଥମାନଙ୍କୁ ବାରିପଦା ପିଆରଏମ୍ ମେଡିକାଲ କଲେଜ୍ ଏଣ୍ଡ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଗାଁରେ ମେଡିକାଲ ଟିମ୍ ପହଞ୍ଚି ଯାଞ୍ଚ କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ଆଲବନ୍ଧ ଗାଁର ଗିରିଷ ଚନ୍ଦ୍ର ନାଏକଙ୍କ ପୁଅ ଚନ୍ଦ୍ରଶେଖର ନାଏକ ଗତ ୧୭ ତାରିଖରେ ତାଙ୍କର ଶୁଦ୍ଧିକ୍ରିୟା ଭୋଜି ହୋଇଥିଲା । ଏହି ଭୋଜିରେ ବନ୍ଧୁ ବାନ୍ଧବ ଓ ଗ୍ରାମବାସୀଙ୍କ ସମେତ ୧୫୦ ରୁ ୨୦୦ ଲୋକ ଭୋଜି ଖାଇଥିଳେ। 

ମାଛ, ଭାତ, ଡାଲମା ଓ ଖଟା ଖାଇଥିଲେ ଲୋକେ। ଭୋଜି ଖାଇବାର ପରଦିନ ଅର୍ଥାତ୍ ବୁଧବାର ହଠାତ୍ କିଛି ଲୋକଙ୍କର ପେଟ ଯନ୍ତ୍ରଣା ହେବା ସହିତ ବାନ୍ତି ଏବଂ ଝାଡ଼ା ହୋଇଥିଲା। ଧୀରେ ଧୀରେ ଏହା ବ୍ୟାପିବାରେ ଲାଗିଥିଲା। ଯାହାଫଳରେ ଗ୍ରାମର ପାଖାପାଖି ୪୦ ରୁ ୫୦ ଲୋକ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଛନ୍ତି।

ସମସ୍ତଙ୍କୁ ଏବେ ବାରିପଦା ଡାକ୍ତରଖାନାର ଡାଇରିଆ ୱାର୍ଡ ରେ ରଖି ଚିକିତ୍ସା କରାଯାଉଛି। ଦୁଃଖର କଥା ଏଥିରେ ଆକ୍ରାନ୍ତ ହୋଇ ଜଣେ ମହିଳା, ଜଣେ ବୃଦ୍ଧ ଏବଂ ଜଣେ ୭-୮ ବର୍ଷର ଶିଶୁ ନେଇ ମୋଟ୍ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ଜଣାପଡିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe