୩ ଦିନିଆ ପୁନଶ୍ଚ ପୃଥିବୀ ମହାସମ୍ମିଳନୀ: ଉଦଯାପନୀ ଉତ୍ସବରେ ସାମିଲ ହେଲେ ରାଜ୍ୟପାଳ

Advertisment

୨ ଅକ୍ଟୋବର, ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ପୁନଶ୍ଚ ପୃଥିବୀ ମହାସମ୍ମିଳନୀର ଉଦ୍‌ଯାପନୀ ଉତ୍ସବ। ଏଥିରେ ଯୋଗ ଦେଇଛନ୍ତି ରାଜ୍ୟପାଳ ରଖଘୁବର ଦାସ। ସମ୍ୱାଦ ଗ୍ରୁପ ପକ୍ଷରୁ ପ୍ରସ୍ତୁତ କ୍ଲାଇମେଟ୍‌ ପଞ୍ଚାୟତ ରିପୋର୍ଟକୁ ଉନ୍ମୋଚନ କରିଛନ୍ତି।

୨ ଅକ୍ଟୋବର, ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ପୁନଶ୍ଚ ପୃଥିବୀ ମହାସମ୍ମିଳନୀର ଉଦ୍‌ଯାପନୀ ଉତ୍ସବ। ଏଥିରେ ଯୋଗ ଦେଇଛନ୍ତି ରାଜ୍ୟପାଳ ରଖଘୁବର ଦାସ। ସମ୍ୱାଦ ଗ୍ରୁପ ପକ୍ଷରୁ ପ୍ରସ୍ତୁତ କ୍ଲାଇମେଟ୍‌ ପଞ୍ଚାୟତ ରିପୋର୍ଟକୁ ଉନ୍ମୋଚନ କରିଛନ୍ତି।

wsd

କନକ ବ୍ୟୁରୋ: ୨ ଅକ୍ଟୋବର, ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ପୁନଶ୍ଚ ପୃଥିବୀ ମହାସମ୍ମିଳନୀର ଉଦ୍‌ଯାପନୀ ଉତ୍ସବ। ଏଥିରେ ଯୋଗ ଦେଇଛନ୍ତି ରାଜ୍ୟପାଳ ରଖଘୁବର ଦାସ। ସମ୍ୱାଦ ଗ୍ରୁପ ପକ୍ଷରୁ ପ୍ରସ୍ତୁତ କ୍ଲାଇମେଟ୍‌ ପଞ୍ଚାୟତ ରିପୋର୍ଟକୁ ଉନ୍ମୋଚନ କରିଛନ୍ତି। ସମ୍ୱାଦ ଗ୍ରୁପ ତାର ୬୦ ଦିନିଆ ଅଭିଯାନରେ ୧୪୬ ବିଧାନସଭା ନିର୍ବାଚନୀ କ୍ଷେତ୍ରରେ ଆୟୋଜନ କରିଥିଲା କ୍ଲାଇମେଟ୍‌ ପଞ୍ଚାୟତ । ସବୁଠାରୁ ବଡ଼କଥା ହେଉଛି ଏହି ରିପୋର୍ଟକୁ ଜିଲ୍ଲାପାଳମାନଙ୍କୁ ପ୍ରଦାନ କରିବା ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ। ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ସରକାର ଏହାର ଲାଭ ଉଠାଇବା ଉଚିତ ବୋଲି ରାଜ୍ୟପାଳ କହିଛନ୍ତି। 

କାର୍ୟ୍ୟକ୍ରମରେ ଯୋଗଦେଇ ପରିବେଶ ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଦୂଷଣ ପାଇଁ ଜନଜୀବନ ପ୍ରଭାବିତ ହେଉଛି। ଏହାକୁ କମ୍ କରିବାକୁ ଆଲୋଚନା ଓ ଯୋଜନା ହେଉଛି। କିନ୍ତୁ କାର୍ୟକାରୀ ହୋଇପାରୁନାହିଁ। ତେଣୁ ଏ ଦିଗରେ ରାଜ୍ୟପାଳଙ୍କ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି କେଭି ସିଂଦେଓ। ରାଜସ୍ୱ ମନ୍ତ୍ରୀ ମଧ୍ୟ ଉନ୍ନୟନ ପ୍ରକଳ୍ପ ପ୍ରତିଷ୍ଠା ସହ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବାକଥା ଦୋହରାଇଛନ୍ତି। ଏଥିପାଇଁ ଜିଲ୍ଲାପାଳମାନଙ୍କ ଦାୟିତ୍ୱ ରହିଥିବା କହିଛନ୍ତି ସୁରେଶ ପୂଜାରୀ। 

ସମ୍ୱାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ରଖିଥିଲେ। ବିକାଶ ନାଁରେ ଆମେ ବିନାଶ କରୁଛୁ। ତେଣୁ ସରକାର ଏଥିପ୍ରତି ସଚେତନ ହୋଇ ପଦକ୍ଷେପ ନେବେ ବୋଲି ପ୍ରସ୍ତାବ ଦେଇଥିଲେ । ଏକ ଦାୟିତ୍ୱବାନ ଗଣମାଧ୍ୟମ ଭାବେ ସମ୍ୱାଦ ଗ୍ରୁପ କିଭଳି ଏହି ଅଭିଯାନକୁ ଏକ ଆନ୍ଦୋଳନରେ ପରିଣତ କରିପାରିଛି ସେନେଇ ବୁଝାଇ କହିଥିଲେ ସମ୍ୱାଦର ସମ୍ପାଦକ ତନୟା ପଟ୍ଟନାୟକ। 

ଏହି ଅବସରରେ ବକୁଳ ଫାଉଣ୍ଡେସନ ଓ ସୋକ୍ରେଟସ ପକ୍ଷରୁ ପ୍ରସ୍ତୁତ କ୍ଲାଇମେଟ୍‌ ଆଟଲାସକୁ ପ୍ରଦର୍ଶିତ କରିଥିଲେ ସୁଜିତ ମହାପାତ୍ର ଓ ଦେବୋଜିତ ମିତ୍ରା। ସଂଧ୍ୟାରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମରେ ଆୟୋଜିତ ହୋଇଛି ସମ୍ୱାଦର ୪୦ତମ ଓ କନକ ନ୍ୟୁଜର ୧୫ତମ ପ୍ରତିଷ୍ଠା ଉତ୍ସବ। ଏଥିରେ ଯୋଗ ଦେଇଛନ୍ତି ଦେଶର ଜଣାଶୁଣା ସାମ୍ୱାଦିକ ଶେଖର ଗୁପ୍ତା ଓ ଦୀନେଶ ଚନ୍ଦ୍ର ଶର୍ମା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe