କନକ ବ୍ୟୁରୋ: ପରିବେଶ ସୁରକ୍ଷା ପାଇଁ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଜନଜାଗରଣ ସୃଷ୍ଟି କରିବା ପାଇଁ ସମ୍ବାଦ ଗ୍ରୁପ ଯେଉଁ ଅଭିଯାନ ଆରମ୍ଭ କରିଥିଲା ସେଥିରେ ସାରା ଓଡିଶାକୁ ଯୋଡିବାରେ ସଫଳ ହୋଇଛି । ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଏବେ ନେତୃତ୍ୱ ନେବାକୁ ଯାଉଛି ଓଡିଶା । ସମ୍ବାଦ ଓ କନକ ନ୍ୟୁଜର ବାର୍ଷିକ ଉତ୍ସବ ଅବସରରେ ଆୟୋଜନ ହେବାକୁ ଯାଉଛି ଏକ ୩ଦିନିଆ ସମ୍ମିଳନୀ । ଆଜିଠୁ  ୪ତାରିଖ ଯାଏଁ ହେବାକୁ ଥିବା ଏହି ସମ୍ମିଳନୀରେ ଏକାଠି ହେବେ ବିଶେଷଜ୍ଞ, ଗବେଷକ ଓ ୩ ଦିନ ଧରି ଚାଲିବ ମାନସ ମନ୍ଥନ । 

Advertisment

୨ତାରିଖରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ସମ୍ମିଳନୀର ଉଦଘାଟନ କରିବେ । ୪ତାରିଖ ପୂର୍ବାହ୍ନରେ ଉଦଯାପନୀ ଉତ୍ସବରେ ଯୋଗଦେବେ ରାଜ୍ୟପାଳ ରଘୁବର ଦାସ । ଉନ୍ମୋଚନ ହେବ କ୍ଲାଇମେଟ୍ ଆଟଲାସ । ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ମଞ୍ଚରେ ଏକାଠି ବସିବେ ଦେଶର ବରିଷ୍ଠ ବିଷେଷଜ୍ଞ, ପରିବେଶ ସୁରକ୍ଷା ଦିଗରେ କାମ କରୁଥିବା ୪୦ରୁ ଅଧିକ ଅତିଥି ଓ ବକ୍ତା । ୧୧ରୁ ଅଧିକ ଅଧିବେସନରେ ଜଳବାୟୁ ପରିବର୍ତ୍ତନର ବିଭିନ୍ନ ଦିଗକୁ ନେଇ ଆଲୋଚନା ହେବ । ଅଗଷ୍ଟ ୯ତାରିଖ କ୍ରାନ୍ତି ଦିବସରୁ ୬୦ଦିନିଆ ଆନ୍ଦୋଳନ ଆରମ୍ଭ କରିଥିଲା ସମ୍ବାଦ ଗ୍ରୁପ ।

ପ୍ରଥମ ଥର ପାଇଁ ରାଜ୍ୟର ୧୩୦ରୁ ଅଧିକ ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ ଆୟୋଜନ କରି ଲୋକଙ୍କୁ ସଚେତନ କରାଯାଇଛି । ଆଉ ଅକ୍ଟୋବର ୪ତାରିଖ ଦିନ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମରେ ଆୟୋଜିତ ହେବାକୁ ଯାଉଛି ରାଜ୍ୟସ୍ତରୀୟ କ୍ଲାଇମେଟ ପଞ୍ଚାୟତ ।