କନକବ୍ୟୁରୋ :  ମାଲକାନଗିରି ଜିଲ୍ଲା ସଦର ମହକୁମା ସହ ଗୌଡଗୁଡାକୁ ସଂଯୋଗ କରୁଛି  ଏହି ୩ କିଲୋମିଟର ରାସ୍ତା  । ହେଲେ ପୁରା ରାସ୍ତା ଖାଲଖମାରେ ଭର୍ତ୍ତି   ।  ଆଉ ଏହି ଦଦରା ରାସ୍ତାରେ  ନିଜ ଜୀବନକୁ ବାଜି ଲଗାଇ ପ୍ରତିଦିନ ଶହଶହ ଲୋକ ଯିବା ଆସିବା କରୁଛନ୍ତି  ।  ବର୍ଷବର୍ଷ ଧରି ଏଠାରେ ରାସ୍ତା ମରାମତି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି  ।  ହେଲେ ଆଜି ଯାଏଁ ରାସ୍ତା କାମ ସଂପୂର୍ଣ୍ଣ ହେବା ଦେଖି ନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଜିଲ୍ଲାର ପ୍ରଥମ ଗ୍ରାମାଞ୍ଚଳ ରାସ୍ତାର ଦୁରବସ୍ଥାକୁ ନେଇ ଅଭିଯୋଗ କଲେ ଠିକାଦାରଙ୍କ ନାଲି ଆଖି ଦେଖାଉଥିବା ଅଭିଯୋଗ କରିଛନ୍ତି ।

Advertisment

 ୨୦୨୧ ଆର୍ଥିକ ବର୍ଷରେ ରାସ୍ତା କାମ ପାଇଁ ୨.୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ରାସ୍ତାର ଦେଖାନାହିଁ  ।   ଏବେ ପୁଣି ୬କୋଟି ବ୍ୟୟରେ ସେଇ ରାସ୍ତାର ପ୍ରଶସ୍ତୀକରଣ ପାଇଁ ଡିପିଆର ପ୍ରସ୍ତୁତ ହୋଇଛି  । 

କେବଳ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି । ଅନେକ ଥର କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ରାସ୍ତାର ହେଉନଥିବାରୁ ଏଥର ମଧ୍ୟ ହେବ ବୋଲି ଭରସା କରିପାରୁନାହାନ୍ତି ମାଲକାନାଗିରିବାସୀ  । 

ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ମାଲକାନଗିରିର ଅନେକ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ତେଣୁ ତୁରନ୍ତ ମରାମତି ପାଇଁ ଦାବି କରାଯାଇଛି।