କନକ ବ୍ୟୁରୋ : ୨୦୨୪ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଆଉ ୩ କୋଟି ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏବେ ସେ ପ୍ରତିଶ୍ରୁତି ପାଳନ କରିବାକୁ ଅଣ୍ଟା ଭିଡିଛନ୍ତି । ୩ କୋଟି ଆବାସ ଘର ମଧ୍ୟରୁ ୨ କୋଟି ଗ୍ରାମାଞ୍ଚଳ ପାଇଁ ଓ ଗୋଟିଏ କୋଟି ଘର ସହରାଞ୍ଚଳରେ ରହୁଥିବା ବାସହୀନଙ୍କ ପାଇଁ ଯୋଜନା କରାଯାଇଛି । ଏନେଇ ସରକାରଙ୍କ ତରଫରୁ ସମସ୍ତ ରାଜ୍ୟକୁ ଚିଠା ପଠାଇ ଦିଆଯାଇଛି । ଏହାସହ ସହରାଞ୍ଚଳ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଗ୍ରାମାଞ୍ଚଳ ପାଇଁ ତୁରନ୍ତ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ । 

Advertisment

ସୂଚନା ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଆବାସ ଯୋଜନା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ଏହି କ୍ରମରେ ଏବେ ସର୍ଭେ କରି ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ । କାରଣ ଏହା ପୂର୍ବରୁ ଅନେକ ଅଯୋଗ୍ୟ ହିତାଧିକାରୀ ଆବାସ ଯୋଜନାର ଲାଭ ନେଇଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଛି । ସର୍ଭେ କାର୍ଯ୍ୟ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ଶେଷ କରାଯିବ । ଏହି ୩ କୋଟି ଆବାସ ଘର ୨୦୨୯ ମାର୍ଚ୍ଚ ମାସ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି ।