କଟକ ଜିଲ୍ଲା ବଡ଼ମ୍ବାରେ ଦୁଃଖଦ ଘଟଣା: ପାଇଖାନା ଟାଙ୍କିରେ ପଡ଼ି ୩ ଶିଶୁଙ୍କ ମୃତ୍ୟୁ

ପାଇଖାନା ଟାଙ୍କିରେ ପଡ଼ି ୩ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ବଡ଼ମ୍ବା ବ୍ଲକ ଅନ୍ତର୍ଗତ ରଗଡିପଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ୩ ମୃତକ ହେଲେ ୩ ବର୍ଷୀୟ ଶୁଭମ ନାୟକ, ୯ ବର୍ଷୀୟ ଅଙ୍କିତ ନାୟକ ଏବଂ ୭ ବର୍ଷୀୟା ଶିବାନୀ ନାୟକ ।

24

Photograph: (kanaknews)

କନକ ବ୍ୟୁରୋ : କଟକ ଜିଲ୍ଲା ବଡ଼ମ୍ବାରେ ଏକ ଦୁଃଖଦ ଘଟଣା ଘଟିଛି । ପାଇଖାନା ଟାଙ୍କିରେ ପଡ଼ି ୩ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ବଡ଼ମ୍ବା ବ୍ଲକ ଅନ୍ତର୍ଗତ ରଗଡିପଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ୩ ମୃତକ ହେଲେ ୩ ବର୍ଷୀୟ ଶୁଭମ ନାୟକ, ୯ ବର୍ଷୀୟ ଅଙ୍କିତ ନାୟକ ଏବଂ ୭ ବର୍ଷୀୟା ଶିବାନୀ ନାୟକ । ସେମାନଙ୍କ ଘର ବଡମ୍ବା ଥାନା ଅନ୍ତର୍ଗତ ବଡ଼ବାରେଣା ଓ ଇଛାପୁର ଗାଁରେ । 

ମାମୁ ଘରକୁ ବୁଲିବାକୁ ଆସିଥିବା ବେଳେ ଅସାବଧାନତା ବଶତଃ ପାଇଖାନା ଟାଙ୍କିରେ ଖସିପଡିଥିଲେ । ୩ ଜଣ କୁନି ଛୁଆଙ୍କ ଅକାଳ ମୃତ୍ୟୁ ପରେ ପୂରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe