ସୁବର୍ଣ୍ଣରେଖା ବନ୍ୟାରେ ପ୍ରଭାବିତ ବାଲେଶ୍ୱରର ୩ଟି ବ୍ଲକ: ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ତଳିଆ ଅଞ୍ଚଳ ଜଳମଗ୍ନ

Advertisment

ଲଘଚାପ ବର୍ଷା ସୁବର୍ଣ୍ଣରେଖା ନଦୀରେ ଆଣିଛି ବନ୍ୟା। ପ୍ରଭାବିତ ହୋଇଛି ବାଲେଶ୍ୱରର ୩ଟି ବ୍ଲକ। ତଳିଆ ଅଂଚଳରେ ପାଣି ପଶିଯାଇଛି। ଘର, ଚାଷ ଜମି ସବୁଆଡ଼େ ଖାଲି ପାଣି ଆଉ ପାଣି । ଘରେ ପାଣି ପଶିଯାଇଥିବାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ଲଘଚାପ ବର୍ଷା ସୁବର୍ଣ୍ଣରେଖା ନଦୀରେ ଆଣିଛି ବନ୍ୟା। ପ୍ରଭାବିତ ହୋଇଛି ବାଲେଶ୍ୱରର ୩ଟି ବ୍ଲକ। ତଳିଆ ଅଂଚଳରେ ପାଣି ପଶିଯାଇଛି। ଘର, ଚାଷ ଜମି ସବୁଆଡ଼େ ଖାଲି ପାଣି ଆଉ ପାଣି । ଘରେ ପାଣି ପଶିଯାଇଥିବାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

dq

କନକ ବ୍ୟୁରୋ: ଲଘଚାପ ବର୍ଷା ସୁବର୍ଣ୍ଣରେଖା ନଦୀରେ ଆଣିଛି ବନ୍ୟା। ପ୍ରଭାବିତ ହୋଇଛି ବାଲେଶ୍ୱରର ୩ଟି ବ୍ଲକ। ତଳିଆ ଅଂଚଳରେ ପାଣି ପଶିଯାଇଛି। ଘର, ଚାଷ ଜମି ସବୁଆଡ଼େ ଖାଲି ପାଣି ଆଉ ପାଣି । ଘରେ ପାଣି ପଶିଯାଇଥିବାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଲୋକମାନେ ପିଲାଛୁଆଙ୍କୁ ଧରି ନଦୀ ବନ୍ଧରେ ଜୀବନ ବିତାଉଛନ୍ତି।

ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ବାଲେଶ୍ୱର ଜିଲ୍ଲା ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ଆଣ୍ଠୁଏ ଉପରେ ପାଣି ବହୁଛି। ଚାଷ ଜମି କିଏ, ନଦୀ କିଏ ଜଣାପଡୁନାହିଁ। ପାଣି ଘେରରେ ରାତି କାଟିଛନ୍ତି ବିପନ୍ନ। ପିଲା ଛୁଆଙ୍କୁ ଧରି ନଦୀ ବନ୍ଧରେ ରହୁଛନ୍ତି। ଚାରିଆଡ଼େ ପାଣି ଦେଖି ନା ଆଖିରେ ନିଦ ଅଛି ନା ପେଟରେ ଭୋକ। ସମୟ ବଢ଼ିବା ସହ ମନରେ ଭୟ ବଢୁଛି। ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତ ସୂର୍ୟ୍ୟପୁର ଗାଁର ୨୫ରୁ ଅଧିକ ପାଣି ଘେରରେ ରହିଛନ୍ତି।

ସୁବର୍ଣ୍ଣରେଖା ପାଣି ବଢିବାରୁ ରାତାରାତି ଟାପୁରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପିଲା ଛୁଆଙ୍କୁ ନେଇ ଡ଼ଙ୍ଗା ସାହାଯ୍ୟରେ ଭୁଆ ବନ୍ଦ ଉପରକୁ ଉଠି ଆସିଛନ୍ତି ଗାଁ ଲୋକ। ରାସ୍ତାରେ ତମ୍ବୁ ମାରି ଜୀବନ ବିତାଉଛନ୍ତି। ଭୋଗରାଇ ବ୍ଲକ ପୂର୍ବକୁଲାଡ୍ ଗାଁର ପ୍ରଭାବିତ ପରିବାର ବନ୍ଦ ଉପରେ ଆଶ୍ରୟ ନେଉଛନ୍ତି। ୨୦୦ରୁ ଅଧିକ ପରିବାର ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଛି।

ଧିରେ ଧିରେ ଅଣାୟତ୍ତ ହେଉଛି ଖଳବାଡିଆ ଗାଁର ଚିତ୍ର । ୪୫୦ ପରିବାର ଏବେ ଜଳବନ୍ଦୀ। ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଏବଂ ଜଳକା ନଦୀର ଜଳସ୍ତର। ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଉପରେ ବହୁଛି। ଫଳରେ ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ହଜାର ହଜାର ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡ଼ି ରହିଛି। ରାସ୍ତା ଉପରେ ପାଣି ଚାଲୁଥିବାରୁ ଡଙ୍ଗା ସାହାଯ୍ୟରେ ଲୋକେ ଯିବାଆସିବା କରୁଛନ୍ତି। ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲାର ସ୍ଥିତି ବେହାଲ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe