କନକ ବ୍ୟୁରୋ :  ରାଉରକେଲାରେ ସ୍ୱାମୀ ସ୍ତ୍ରୀଙ୍କ ହାତ ଗୋଡ ବାନ୍ଧି ସଶସ୍ତ୍ର ଲୁଟ ଘଟଣାର ପର୍ଦ୍ଦାଫାଶ୍‌ । ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ବନ୍ଧମୁଣ୍ଡା ଥାନା ଡିଜେଲ ରେଳ କର୍ମଚାରୀଙ୍କ  ଘରେ ଗତବର୍ଷ ହୋଇଥିଲା ଲୁଟ୍‌ । ଏହି ଡକାୟତି ଘଟଣାର ଚେର ବିହାର ଯାଏଁ ଲମ୍ୱିଛି । ପୋଲିସର ଏକ ସ୍ପେଶାଲ ଟିମ୍‌ ଝାରଖଣ୍ଡ ଓ ଛତିଶଗଡ଼ ଯାଇ ଛାନ୍‌ବିନ୍‌ କରିଥିଲା ।

Advertisment

ପରେ ତିନି ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହେଇଛି ପୋଲିସ । ଲୁଟେରାଙ୍କ ଠାରୁ ୮୮ ଗ୍ରାମ ସୁନା ଅଳଙ୍କାର, ୫୦ ଗ୍ରାମ ରୁପା ଓ ନଗଦ ୪୦ ହଜାର ଟଙ୍କା ଜବତ କରି ରେଳ କର୍ମଚାରୀଙ୍କୁ ଫେରାଇଛି ପୋଲିସ । ଗତବର୍ଷ ରେଳ ବିଭାଗ କର୍ମଚାରୀ ଦିଲ୍ଲୀପ ପଣ୍ଡାଙ୍କ ଘରେ ୫ଜଣ ମୁଖା ପିନ୍ଧା   ଡକାୟତ  ଝରକା ଗ୍ରୀଲ ତାଡି ପଶି ଥିଲେ । ପରେ ସ୍ୱାମୀ ସ୍ତ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ହାତ ଗୋଡ ବାନ୍ଧି ଦେଇ, ୪ଶହ ଗ୍ରାମ ସୁନା, ନଗଦ ୧୦ ହଜାର ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ ଡକୁମେଣ୍ଟ ନେଇ ଫେରାର ହୋଇଯାଇଥିଲେ। ପୂର୍ବରୁ ଲୁଟ୍‌ ରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।