ପଛରେ ପଡିଲେ ଆପର ୩ ବଡ ନେତା ; ବହୁମତ ହାତେଇଲା ବିଜେପି

ଦିଲ୍ଲୀ ପ୍ରାରମ୍ଭିକ ଟ୍ରେଣ୍ଡରେ ଆପର ୩ବଡ଼ ନେତା ପଛୁଆ । ନୂଆଦିଲ୍ଲୀ ଆସନରୁ କେଜ୍ରିୱାଲ, କାଲକାଜୀରୁ ଆତିଶୀ ଓ ଜଙ୍ଗପୁରାରୁ ମନୀଷ ସିସୋଦିଆ ପଛୁଆ । ବିଜେପିର ପରବେଶ ବର୍ମା ଓ ରମେଶ ଭିଦୁରୀ ଆଗୁଆ। 

AAP+

AAP+ Photograph: (KanakNews)

କନକ ବ୍ୟୁରୋ: ଦିଲ୍ଲୀରେ ବିଜେପି ପାରିକରିସାରିଛି ବହୁମତ । ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ବିଜେପି । ୭୦ ଅସନରୁ ୪୪ ଆସନ ହାତେଇଲାଣି ବିଜେପି । ପଛରେ ପଡିଛି ଆପ୍ । କଂଗ୍ରେସ ନିରାଶ । ଖାତା ଖୋଲିଲେନି ଅନ୍ୟାନ୍ୟ।

 ଅନ୍ୟପଟେ ଆପର ୩ ବଡ ନେତା ଅରବିନ୍ଦ କେଜ୍ରିୱାଲ, ଆତିଶୀ ମାର୍ଲେନା ଓ ମନୀଷ ସିସୋଦିଆ ଗଣତିର ପ୍ରଥମ ପର୍ୟ୍ୟାୟରେ ପଛରେ ପଡିଥିବା ସୂଚନା ମିଳିଛି। ଏହାସହ ଦର୍ଘ ୨୭ ବର୍ଷ ପରେ ଦିଲ୍ଲୀର ଶାସନରେ ବଡ ପରିବର୍ତ୍ତନ ଆଶା କରାଯାଉଛି । ଦିନ ୯ଟା ୧୦ ସୁଦ୍ଧା ମିଳିଥିବା ସୂଚନା ମୁତାବକ, ଅରବିନ୍ଦ କେଜ୍ରିୱାଲ ପାଖାପାଖି ଦେଢ ହଜାର ପଛୁଆ ଭୋଟରେ ଚାଲିଛନ୍ତି । ସେହିପରି କାଲକାଜି ଆସନରୁ ଆତିଶୀ ବି ପଛରେ ପଡିଛନ୍ତି । ଏବଂ ଜଙ୍ଗପୁରାରୁ ଆସନରୁ ମନିଷ ସିସୋଦିଆ ମଧ୍ୟ ପଛୁଆ ଥିବା ଜଣାପଡିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe