କନକ ବ୍ୟୁରୋ: ଦିଲ୍ଲୀରେ ବିଜେପି ପାରିକରିସାରିଛି ବହୁମତ । ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ବିଜେପି । ୭୦ ଅସନରୁ ୪୪ ଆସନ ହାତେଇଲାଣି ବିଜେପି । ପଛରେ ପଡିଛି ଆପ୍ । କଂଗ୍ରେସ ନିରାଶ । ଖାତା ଖୋଲିଲେନି ଅନ୍ୟାନ୍ୟ।

Advertisment

 ଅନ୍ୟପଟେ ଆପର ୩ ବଡ ନେତା ଅରବିନ୍ଦ କେଜ୍ରିୱାଲ, ଆତିଶୀ ମାର୍ଲେନା ଓ ମନୀଷ ସିସୋଦିଆ ଗଣତିର ପ୍ରଥମ ପର୍ୟ୍ୟାୟରେ ପଛରେ ପଡିଥିବା ସୂଚନା ମିଳିଛି। ଏହାସହ ଦର୍ଘ ୨୭ ବର୍ଷ ପରେ ଦିଲ୍ଲୀର ଶାସନରେ ବଡ ପରିବର୍ତ୍ତନ ଆଶା କରାଯାଉଛି । ଦିନ ୯ଟା ୧୦ ସୁଦ୍ଧା ମିଳିଥିବା ସୂଚନା ମୁତାବକ, ଅରବିନ୍ଦ କେଜ୍ରିୱାଲ ପାଖାପାଖି ଦେଢ ହଜାର ପଛୁଆ ଭୋଟରେ ଚାଲିଛନ୍ତି । ସେହିପରି କାଲକାଜି ଆସନରୁ ଆତିଶୀ ବି ପଛରେ ପଡିଛନ୍ତି । ଏବଂ ଜଙ୍ଗପୁରାରୁ ଆସନରୁ ମନିଷ ସିସୋଦିଆ ମଧ୍ୟ ପଛୁଆ ଥିବା ଜଣାପଡିଛି।