କନକ ବ୍ୟୁରୋ: ଆରମ୍ଭ ହୋଇଛି ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ । ଗୃହରେ ପ୍ରଶ୍ନକାଳ ସ୍ୱାଭାବିକ ଚାଲିଛି । ପ୍ରଥମ ଦିନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ବାରମ୍ବାର ମୁଲତବି ହେବା ପରେ ଆଜି ସୁରୁଖୁରୁରେ ଚାଲିଛି ପ୍ରାଶ୍ନୋତ୍ତର କାର୍ଯ୍ୟ ।
ପ୍ରଥମରେ ରାଜ୍ୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପ୍ରସଙ୍ଗ ରହିଛି । ଏହାର ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ୫୮ ଟି ସବଡିଭିଜନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ସରକାର ଯୋଜନା ରହିଛି । ଏନେଇ କାର୍ଯ୍ୟ ମଧ୍ୟ ଚାଲିଛି । ଆବଶ୍ୟକ ଅନୁଯାୟୀ ପିପିପି ମୋଡରେ ହାଇବ୍ରିଡ଼ କୋଲଡ଼ ଷ୍ଟୋରେଜ କରାଯିବ ବୋଲି ସିଂଦେଓ କହିଛନ୍ତି ।