କନକ ବ୍ୟୁରୋ : ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୨୯ଟି ମୂଲ୍ୟବାନ ତେଲିଆ ଭୋଲା ମାଛ । ଲକ୍ଷାଧିକ ମୂଲ୍ୟର ମାଛ ଦେଖିବାକୁ ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ଭିଡ଼ । ଏହି ୨୯ ଟି ମାଛକୁ ୩୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ସୂଚନା ମିଳିଛି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇ ମାଛ ମାରନ୍ତି । ନନୀ ଗୋପାଳ ନାମକ ଟ୍ରଲର ଜାଲରେ ଏହି ମୂଲ୍ୟବାନ ୨୯ ଟି ତେଲିଆ ଭୋଲା ମାଛ ଧରା ପଡ଼ିଥିଲା । ଏହାକୁ ବିକ୍ରି ପାଇଁ ଦୀଘା ମୁହାଣ ମୋହନା ନିଲାମ କେନ୍ଦ୍ରକୁ ନିଆଯାଇଥିଲା । ପ୍ରତି ମାଛର ଓଜନ ୨୦ କିଲୋରୁ ଅଧିକ ହୋଇଥିବା ବେଳେ ମୋଟ ୨୯ ଟି ମାଛକୁ ୩୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି । ଏହି ମାଛର କ୍ରାକର ଔଷଧ ତିଆରି ଏବଂ ଅନ୍ୟାନ୍ୟ ଅଙ୍ଗ ବ୍ୟବହାର କରାଯିବା ସହିତ ଏହି ମାଛ ବିଦେଶକୁ ମଧ୍ୟ ରପ୍ତାନି କରାଯାଏ । ସେଥିପାଇଁ ବଜାରରେ ଏହି ମାଛର ଚାହିଦା ଅଧିକ ଥାଏ ବୋଲି ମତ୍ସ୍ୟଜୀବୀ ମାନେ କହିଛନ୍ତି ।
ଦୀଘା ମୁହାଣରେ ଜାଲରେ ପଡିଲା ୨୯ ଟି ମୂଲ୍ୟବାନ ତେଲିଆ ଭୋଲା ମାଛ, ୩୩ ଲକ୍ଷ ଟଙ୍କାରେ ହେଲା ବିକ୍ରି
ଏହି ୨୯ ଟି ମାଛକୁ ୩୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ସୂଚନା ମିଳିଛି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦୀଘାରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇ ମାଛ ମାରନ୍ତି । ନନୀ ଗୋପାଳ ନାମକ ଟ୍ରଲର ଜାଲରେ ଏହି ମୂଲ୍ୟବାନ ୨୯ ଟି ତେଲିଆ ଭୋଲା ମାଛ ଧରା ପଡ଼ିଥିଲା । ଏହାକୁ ବିକ୍ରି ପାଇଁ ଦୀଘା ମୁହାଣ ମୋହନା ନିଲାମ କେନ୍ଦ୍ରକୁ ନିଆଯାଇଥିଲା ।
/kanak/media/media_files/2025/06/19/fdkfldkfkdsfk-2025-06-19-12-55-14.jpg)