ଅସହ୍ୟ ହେଉଛି ଗରମ ଓ ଗୁଳୁଗୁଳି : ଅଂଶୁଘାତରେ ଅସୁସ୍ଥ ହେଲେଣି ୨୮୨ ଜଣ

Advertisment

ରାଜ୍ୟରେ ଗରମ ଓ ଗୁଳୁଗୁଳିରେ ଅସୁସ୍ଥ ହେଲେଣି ୨୮୨ ଜଣ । କିନ୍ତୁ ଏଯାଏଁ ଜଣେ ଵି ମେଡିକାଲରେ ଭର୍ତ୍ତି ହୋଇ ନଥିବା ସ୍ପଷ୍ଟ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ରାଜ୍ୟରେ ଗରମ ଓ ଗୁଳୁଗୁଳିରେ ଅସୁସ୍ଥ ହେଲେଣି ୨୮୨ ଜଣ । କିନ୍ତୁ ଏଯାଏଁ ଜଣେ ଵି ମେଡିକାଲରେ ଭର୍ତ୍ତି ହୋଇ ନଥିବା ସ୍ପଷ୍ଟ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Ansughat

Photograph: (KanakNews )

କନକ ବ୍ୟୁରୋ, ରାଜ୍ୟରେ ଗରମ ଓ ଗୁଳୁଗୁଳିରେ ଅସୁସ୍ଥ ହେଲେଣି ୨୮୨ ଜଣ । କିନ୍ତୁ ଏଯାଏଁ ଜଣେ ଵି ମେଡିକାଲରେ ଭର୍ତ୍ତି ହୋଇ ନଥିବା ସ୍ପଷ୍ଟ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ବଲାଙ୍ଗୀରରେ ଜଣେ ରୋଗୀଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ହେଲେ ସମ୍ପୂର୍ଣ୍ଣ ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ । 

ସମ୍ବଲପୁରରେ ସର୍ବାଧିକ ୮୧ ଜଣ ଅସୁସ୍ଥ ହୋଇଛନ୍ତି । ଝାରସୁଗୁଡାରେ ୭୨, ମୟୁରଭଞ୍ଜରେ ୪୨, ଦେବଗଡରେ ୧୫, ବାଲେଶ୍ୱରରେ ୨୪, ସୋନପୁରରେ ୧୭ ଜଣ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସୁସ୍ଥ ହୋଇଛନ୍ତି । ଖଣି ଅଞ୍ଚଳରେ ଟ୍ରକ ଭିତରେ ଡ୍ରାଇଭରଙ୍କୁ ନରହିବାକୁ ପରାମର୍ଶ ଦିଆଯାଇଛି । ଜରୁରୀ କାମ ନଥିଲେ ସକାଳ ୧୦ଟା ପରେ ଖରାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଓଆରଏସ୍ କିମ୍ବା ତୋରାଣି ଭଳି ପାନୀୟ ପିଇବାକୁ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe