କନକ ବ୍ୟୁରୋ, ରାଜ୍ୟରେ ଗରମ ଓ ଗୁଳୁଗୁଳିରେ ଅସୁସ୍ଥ ହେଲେଣି ୨୮୨ ଜଣ । କିନ୍ତୁ ଏଯାଏଁ ଜଣେ ଵି ମେଡିକାଲରେ ଭର୍ତ୍ତି ହୋଇ ନଥିବା ସ୍ପଷ୍ଟ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ବଲାଙ୍ଗୀରରେ ଜଣେ ରୋଗୀଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ହେଲେ ସମ୍ପୂର୍ଣ୍ଣ ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ ।
ସମ୍ବଲପୁରରେ ସର୍ବାଧିକ ୮୧ ଜଣ ଅସୁସ୍ଥ ହୋଇଛନ୍ତି । ଝାରସୁଗୁଡାରେ ୭୨, ମୟୁରଭଞ୍ଜରେ ୪୨, ଦେବଗଡରେ ୧୫, ବାଲେଶ୍ୱରରେ ୨୪, ସୋନପୁରରେ ୧୭ ଜଣ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସୁସ୍ଥ ହୋଇଛନ୍ତି । ଖଣି ଅଞ୍ଚଳରେ ଟ୍ରକ ଭିତରେ ଡ୍ରାଇଭରଙ୍କୁ ନରହିବାକୁ ପରାମର୍ଶ ଦିଆଯାଇଛି । ଜରୁରୀ କାମ ନଥିଲେ ସକାଳ ୧୦ଟା ପରେ ଖରାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଓଆରଏସ୍ କିମ୍ବା ତୋରାଣି ଭଳି ପାନୀୟ ପିଇବାକୁ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/05/13/FsFI7ClhLsytT7t9MXBl.jpg)