କନକ ବ୍ୟୁରୋ : ନ୍ୟାୟ ପାଇଁ ୨୮ବର୍ଷର ଅପେକ୍ଷା । ଏକ ଚୋରି ଘଟଣାର ୨୮ବର୍ଷ ପରେ ୫୭ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୧୫ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୪୨ ଜଣ ଏବେ ଜୀବିତ ଅଛନ୍ତି । ଘଟଣାର ୨୮ ବର୍ଷ ପରେ ନ୍ୟାୟ ମିଳିଛି । ଚୋରି ଅଭିଯୋଗରେ ଅଭିଯୁକ୍ତ ଥିଲେ ଗାଁର ୫୭ଜଣ । ନିମାପଡ଼ା ବ୍ଲକ୍ ବେରବୋଇ ଗାଁର ବିଜୟ କୁମାର ରାଉତଙ୍କ ଘରେ ପଶି ଆସବାସପତ୍ର ଲୁଟ୍ ମାମଲାର ରାୟ ୨୮ ବର୍ଷ ପରେ ପ୍ରକାଶ ପାଇଛି । ଶୁକ୍ରବାର ଦିନ ନିମାପଡ଼ା ସିଭିଲ ଜଜ୍ ସିନିୟର୍ ଡିଭିଜନ ସଂଘମିତ୍ରା ବିଶ୍ବାଳ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବେରବୋଇ ଗାଁର ବ୍ରଜସୁନ୍ଦର ଦାଶଙ୍କ ସମେତ ୪୧ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
୧୯୯୬ ମସିହା ଜାନୁଆରି ୫ ତାରିଖ ମଧ୍ୟାହ୍ନରେ ବେରବୋଇ ଗାଁର ବ୍ରଜସୁନ୍ଦର ଦାଶଙ୍କ ସମେତ ଗାଁର ୫୬ଜଣ, ଗାଁର ବିଜୟ କୁମାର ରାଉତଙ୍କ ଘରେ ପଶିଥିଲେ । ଏବଂ ପରିବାର ସଦସ୍ୟଙ୍କୁ ଭୟଭୀତ କରି ଘରେ ଥିବା ସମସ୍ତ ଆସବାବପତ୍ର ଲୁଟି ନେଇଥିବା ନେଇ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ ବିଜୟ । ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରାଯାଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ତେବେ ରାୟ ଆସିବା ପାଇଁ ୨୮ବର୍ଷ ସମୟ ଲାଗିଗଲା । ଏବଂ ଶୁକ୍ରବାର ଦିନ ମାମଲାର ରାୟ ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/30/KYcXu4Xalky2d82EczQ1.jpg)