କନକ ବ୍ୟୁରୋ : OBCଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦାବି, ଆଜି ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବ ବିଜେଡି । ପଛୁଆବର୍ଗକୁ ବିଜେପି ସରକାର ସବୁବେଳେ ଅବହେଳା କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ମେଡିକାଲ ଓ ଇଞ୍ଜିନିୟରିଂରେ କେବେ ଓବିସି ସଂରକ୍ଷଣ ଲାଗୁ କରାଯିବ ବୋଲି ଦଳ ପକ୍ଷରୁ  ପ୍ରଶ୍ନ କରାଯାଇଛି । ଓଡିଶା ସରକାର ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାର ନିଷ୍ପତ୍ତି ନେଇଛନ୍ତି । ଏହାକରି ରାଜ୍ୟ ସରକାର ଓବିସି ଛାତ୍ରଛାତ୍ରୀଙ୍କୁ ଧୋକା ଓ ପ୍ରବଞ୍ଚନା ଦେଇଛନ୍ତି । ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ନଦେବା ଯାଏ ବିଜେଡି ପକ୍ଷରୁ ଜୋରଦାର ଦାବି କରାଯିବ ବୋଲି କହିଛି ବିଜେଡି । 

Advertisment

କଂଗ୍ରେସ ମଧ୍ୟ ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜେଡି ପରେ ପରେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛି । ସେପଟେ ଉଭୟ ଦଳକୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଉଭୟ କଂଗ୍ରେସ ଓ ବିଜେଡିର ସଂରକ୍ଷଣ ପ୍ରସଙ୍ଗରେ ପ୍ରଶ୍ନ କରିବାର ଅଧିକାର ନାହିଁ ବୋଲି ସେ କହିଛନ୍ତି ।