କନକ ବ୍ୟୁରୋ: ଆଜି ସନରାଇଜର୍ସ ହାଇଦ୍ରାବାଦକୁ ଭେଟିଛି ଲକ୍ଷ୍ନୌ ସୁପର ଜାଏଣ୍ଟ । ଏହି ମ୍ୟାଚରେ ପୁଣି ଫେଲ୍ ହେଲେ ଲକ୍ଷ୍ନୌର ଅଧିନାୟକ ତଥା ଚଳିତ ଆଇପିଏଲର ସବୁଠାରୁ ଦାମୀ ଖେଳାଳି ଋଷଭ ପନ୍ତ । ଆଜିର ମ୍ୟାଚରେ ସେ ମାତ୍ର ୭ ରନ କରି ଆଉଟ ହୋଇଯାଇଛନ୍ତି । ସେ ଆଉଟ ହେବା ପରେ ଏବେ ପୁଣି ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଋଷଭ ପନ୍ତ ଏବେ ଯାଏଁ ଚଳିତ ଆଇପିଏଲରେ ୧୨ଟି ମ୍ୟାଚ ଖେଳି ମାତ୍ର ୧୩୫ ରନ କରିଛନ୍ତି । ସେ ଚେନ୍ନାଇ ବିପକ୍ଷରେ କେବଳ ୬୩ ରନ ମାରିଥିଲେ । ନଚେତ ଅନ୍ୟ କୌଣସି ଦଳ ବିପକ୍ଷରେ ତାଙ୍କ ବ୍ୟାଟ୍ ଚାଲିନଥିଲା । ଫ୍ରାଞ୍ଚାଇଜ ଯେଉଁ ଭରସା କରି ତାଙ୍କୁ ଏତେ ବଡ଼ ଦାୟିତ୍ୱ ଦେଇଥିଲା ସେଥିରେ ସେ ସଫଳ ହୋଇପାରିନାହାନ୍ତି । ୨୭ କୋଟିରେ କିଣା ଯାଇଥିବା ଏହି ଖେଳାଳିଙ୍କ ପ୍ରଦର୍ଶନ ୨୭ ଟଙ୍କାର ନୁହେଁ ବୋଲି ଚର୍ଚ୍ଚା ହେଉଛି ।