କନକ ବ୍ୟୁରୋ: ରାଜଧାନୀରେ କଂଗ୍ରେସର ରଣହୁଙ୍କାର । ବିଧାନସଭା ଘେରାଉ ଅଭିମୁଖ କଂଗ୍ରେସ । ଏପଟେ ହଟ୍ଟଗୋଳ ମଧ୍ୟରେ ବି ଚାଲିଛି ବିଧାନସଭା । ବିଧାନସଭାରେ ରାଜସ୍ୱମନ୍ତ୍ରୀଙ୍କ ସୂଚନା । ଗୋଟିଏ ବର୍ଷରେ ୨୬୩ ପଡା ଗ୍ରାମକୁ ମିଳିଛି ରାଜସ୍ୱ ଗ୍ରାମର ମାନ୍ୟତା । ଆଉ 147 ପଡା ଗାଁକୁ ରାଜସ୍ୱ ଗାଁ କରିବା ନେଇ  ବିଚାରାଧୀନ ଅଛି ।  ଯାହା ଆସନ୍ତା ଏପ୍ରିଲ ସୁଦ୍ଧା ଚୂଡାନ୍ତ ହେବ ।

Advertisment

ବର୍ତ୍ତମାନ ଟେକ୍‌ନୋଲୋଜି ମାଧ୍ୟମରେ ମ୍ୟାପ ପରିବର୍ତ୍ତନ ଓ ବାଉଣ୍ଡ୍ରି ଡିମାର୍ଗେସନ କରାଯାଉଛି ।  ଯେଉଁଥିପାଇଁ କାମ 6 ରୁ 7 ଦିନରେ ଶେଷ ହେବ ବୋଲି କହିଛନ୍ତି  ମନ୍ତ୍ରୀ ସୁରେଶ ପୂଜାରୀ । ତେବେ ଯେଉଁ ଗାଁ ରାଜସ୍ବ ହେବା ଦରକାର, ସେ ନେଇ ଗାଁ ଲୋକେ ତହସିଲଦାରଙ୍କ ମାଧ୍ୟମରେ ଆବେଦନ କରିବାକୁ କହିଛନ୍ତି ମନ୍ତ୍ରୀ । ରାଜସ୍ୱ ଗାଁ ଏକ ସ୍ୱୀକୃତି, ଯେଉଁଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ମିଳି ପାରିବ । ଦୁଷ୍ମନ୍ତ ସ୍ୱାଇଁଙ୍କ ପ୍ରଶ୍ନରେ ବିଧାନସଭାରେ ଏହି  ଉତ୍ତର  ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।