ସୋସିଆଲ ମିଡିଆ ଏକ୍ସରୁ ହଟିବ ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା ସମ୍ବନ୍ଧିତ ୨୫୮ ଭିଡିଓ । ୩୬ଘଣ୍ଟାର ସମୟ ଦେଇ ନିର୍ଦ୍ଦେଶ ଦେଲା ରେଳମନ୍ତ୍ରାଳୟ ।

Advertisment

ସେପଟେ ଶେଷ ସପ୍ତାହରେ ପ୍ରୟାଗରାଜରେ ଅସମ୍ଭାଳ ଭିଡ ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି ।

ସେପଟେ ଶେଷ ସପ୍ତାହରେ ପ୍ରୟାଗରାଜରେ ଅସମ୍ଭାଳ ଭିଡ ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି ।

ଏକ୍ସରୁ ହଟିବ ଦିଲ୍ଲୀ ଦଳାଚକଟା

ଏକ୍ସରୁ ହଟିବ ଦିଲ୍ଲୀ ଦଳାଚକଟା

କନକ ବ୍ୟୁରୋ : ଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା ସମ୍ବନ୍ଧୀୟ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆ ଏକ୍ସରୁ ହଟାଇବାକୁ ଭାରତୀୟ ରେଳମନ୍ତ୍ରାଳୟର ନିର୍ଦ୍ଦେଶ । ମୋଟ ୨୫୮ ଭିଡିଓ ହଟାଇବାକୁ କୁହାଯାଇଥିବା ଜଣାପଡିଛି । ଫେବ୍ରୁଆରୀ ୧୫ରେ ଦିଲ୍ଲୀ ଷ୍ଟେସନରେ ବଡ ଅଘଟଣରେ ୧୮ଜଣଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିଲେ । 

୧୫ ତାରିଖରେ ନୂଆଦିଲ୍ଲୀ ରେଳ ଷ୍ଟେଶନରେ କୁମ୍ଭମେଳାକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ଏକ ବିରାଟ ଭିଡ଼ ଜମିଥିବା ବେଳେ ଦଳାଚକଟା ହୋଇଥିଲା। ତେବେ ସ୍ବତନ୍ତ୍ର ଟ୍ରେନର ବିଳମ୍ବ ଏବଂ ପ୍ଲାଟଫର୍ମ ପରିବର୍ତ୍ତନ ଘୋଷଣା ଯୋଗୁଁ ଷ୍ଟେଶନରେ ଦଳାଚକଟା ହୋଇଥିଲା। ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା।ଅନ୍ୟପଟେ ରେଳମନ୍ତ୍ରାଳୟର ଅବହେଳା ଦର୍ଶାଇ ବିରୋଧି ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe