କନକ ବ୍ୟୁରୋ: ଆଣ୍ଠେଇଛି ତତକାଳୀନ ସରକାରଙ୍କ ଆମ ଓଡିଶା, ନବୀନ ଓଡିଶା । ୨୦୨୩ରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା । କିନ୍ତୁ ଯୋଜନା ଆଗକୁ ବଢିବା ପୂର୍ବରୁ ଅଧା ରାସ୍ତାରେ ଅଟକିଯାଇଛି । ଅଧିକାଂଶ ପ୍ରକଳ୍ପ ଅଧା ହୋଇ ପଡିରହିଛି ।

Advertisment

ଡିଜିଟାଲ ଭିତ୍ତିଭୂମି, ବିଜ୍ଞାନ କେନ୍ଦ୍ର, ଦକ୍ଷତା ବିକାଶ ଆଦି କ୍ଷେତ୍ରର ବିକାଶ ହେବ। ଆଧୁନିକ, ସଶକ୍ତ, ପ୍ରଗତିଶୀଳ ଓ ସଂସ୍କୃତି ସଚେତନ ରାଜ୍ୟ ହେବ ଓଡ଼ିଶା । ଗାଁ ବିକାଶରେ ବୁଷ୍ଟର ଡୋଜ୍‌ ଦେବାକୁ ପୂର୍ବ ସରକାର ଆରମ୍ଭ କରିଥିଲେ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା । ୨୦୨୪ ନିର୍ବାଚନ ପୂର୍ବରୁ ୨୦୨୩ରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଯୋଜନା ସଫଳ ହେବା ପୂର୍ବରୁ ଅଧା ରାସ୍ତାରେ ଆଣ୍ଠେଇ ପଡ଼ିଛି । ସରକାରୀ ତଥ୍ୟ କହୁଛି, ୨୦୨୩-୨୪ ବର୍ଷରେ ୩୧୪ ବ୍ଲକ୍‌ ପାଇଁ ୯୦, ୬୨୪ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଥିଲା । ହେଲେ ସେଥିରୁ ଶେଷ ହୋଇଛି ମାତ୍ର ୪୨, ୪୦୦ଟି ପ୍ରକଳ୍ପ  । ଏବେ ବି ୨୫, ୦୦୦ରୁ ଅଧିକ ପ୍ରକଳ୍ପ ଭୂଇଁରୁ ଉଠିନି । ୨୩, ୦୦୦ରୁ ଅଧିକ ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇ ରହିଛି । ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ। ... 

ସେପଟେ ସରକାର ବଦଳିବା ପରେ ବଦଳିଛି ଯୋଜନାର ନାଁ। ହେଲେ ଅସମ୍ପୂର୍ଣ୍ଣ ଓ ଅଧା ପଡ଼ିଥିବା ପ୍ରକଳ୍ପ ଭବିଷ୍ୟତ ସନ୍ଦେହ ଘେରରେ । ପଞ୍ଚାୟତିରାଜ ବିଭାଗ କହୁଛି, ପୂର୍ବ ଯୋଜନାରେ ଯେଉଁଠି ୨୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି, ତାକୁ ଚାଲୁ ରଖିବେ ସରକାର। କିନ୍ତୁ ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାରେ ବାକି ପ୍ରକଳ୍ପ ହେବ କି ନା ଦ୍ୱନ୍ଦ୍ୱ ହଟୁନି । ଏହାର ଉତ୍ତର ବି କାହାରି ପାଖରେ ନାହିଁ । ଏପଟେ ଏହି ଅଧପନ୍ତରିଆ କାମକୁ ନେଇ ତେଜିଛି ରାଜନୈତିକ ବୟାନବାଜି ।

ବଦଳୁଛି ସରକାର, ବଦଳୁନି ଗାଁ ବିକାଶର ଚିତ୍ର । ଆଜି ବି ରାସ୍ତା, ବିଜୁଳି, ପିଇବା ପାଣି ଭଳି ମୌଳିକ ସୁବିଧା ପାଇବାରୁ ବଂଚିତ ଶହ ଶହ ଗାଁ । ଆଉ କେତେ ଯୋଜନା ଆରମ୍ଭ ହେଲେ ଗାଁରେ ବିକାଶର ଗାଡ଼ି ଗଡ଼ିବ, ତାହାକୁ ଅପେକ୍ଷା ।