କନକ ବ୍ୟୁରୋ: ଟ୍ରମ୍ପଙ୍କ ଟାରିଫ କଟକଣା। ହେଲେ ଏଥର ଟାର୍ଗେଟ୍ ପାଲଟିଛନ୍ତି ୟୁରୋପୀୟ ଦେଶ। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୮ଟି ୟୁରୋପୀୟ ଦେଶ ଉପରେ ୧୦ ପ୍ରତିଶତ ଟାରିଫ ଲଗାଇଛନ୍ତି। ଏବେ ଗ୍ରିନଲାଣ୍ଡ ଦଖଲ ପାଇଁ ଟ୍ରମ୍ପ ଯୋଜନା କରୁଛନ୍ତି। ଏନେଇ ଖୋଲାଖୋଲି ଘୋଷଣା ମଧ୍ୟ କରିସାରିଲେଣି। ଗ୍ରିନଲାଣ୍ଡ ନାଟୋ ସହଯୋଗୀ ଦେଶ ଡେନମାର୍କର ନିୟନ୍ତ୍ରଣରେ ରହିଛି ।ଡେନମାର୍କର ବୈଦେଶିକ ମନ୍ତ୍ରୀ ଲାର୍ସ ରାସମୁସେନ୍ କହିଛନ୍ତି ଯେ, ଆମେରିକାର ବରିଷ୍ଠ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ । କିନ୍ତୁ ଏବେ ଟ୍ରମ୍ପ୍ ଯେପରି ପଦକ୍ଷେପ ନେବେ କହିଛନ୍ତି ତାହା ତାଙ୍କୁ ଚକିତ କରିଛି ।ସେପଟେ ଟ୍ରମ୍ପଙ୍କ ଘୋଷଣା ପରେ ଫ୍ରାନ୍ସ ଏବଂ ବ୍ରିଟେନ ଭଳି ଦେଶ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଛନ୍ତି ।
ଗ୍ରିନଲାଣ୍ଡ କବଜା ପାଇଁ ଟାରିଫ୍ ଧମକ
- ଟାର୍ଗେଟରେ ଗ୍ରିନଲାଣ୍ଡ ଓ ୟୁରୋପୀୟ ଦେଶ
- ୮ଟି ଦେଶ ଉପରେ ଟାରିଫ୍ ଲାଗୁ କରିବେ ଟ୍ରମ୍ପ
- ଟ୍ରମ୍ପଙ୍କ ଦାଦାଗିରିକୁ ୟୁରୋପୀୟ ଦେଶଙ୍କ ବିରୋଧ
- ୮ଟି ଦେଶ- ଡେନମାର୍କ, ନରୱେ, ସ୍ବିଡେନ, ଫ୍ରାନ୍ସ, ଜର୍ମାନୀ
- ବ୍ରିଟେନ୍, ନେଦରଲାଣ୍ଡ ଓ ଫିନଲାଣ୍ଡ
- କଥା ନମାନିଲେ ଜୁନ୍ ପହିଲାରୁ ୨୫% ଟାରିଫ୍ ବଢ଼ାଇ ଦିଆଯିବ
ଟ୍ରମ୍ପଙ୍କ ଧମକ ପରେ ପରେ ସମଗ୍ର ୟୁରୋପରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ୱିଡେନ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନ୍ ସୋସିଆଲ ମିଡିଆରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସ୍ୱିଡେନ କୌଣସି ପ୍ରକାରର ବ୍ଲାକମେଲ୍ ଗ୍ରହଣ କରିବ ନାହିଁ। ସେ କହିଛନ୍ତି ଯେ ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡ ସହ ଜଡିତ ପ୍ରସଙ୍ଗରେ ନିଷ୍ପତ୍ତି ନେବାର ଅଧିକାର କେବଳ ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡର ରହିଛି। କ୍ରିଷ୍ଟରସନ୍ କହିଛନ୍ତି ଯେ ଏହା କେବଳ କିଛି ଦେଶ ପାଇଁ ନୁହେଁ, ବରଂ ସମଗ୍ର ୟୁରୋପୀୟ ସଂଘ ପାଇଁ ଏକ ପ୍ରସଙ୍ଗ। ସେ ସୂଚନା ଦେଇଛନ୍ତି ଯେ ସ୍ୱିଡେନ ଏକ ସାଧାରଣ ଏବଂ ସମନ୍ୱିତ ପ୍ରତିକ୍ରିୟା ପ୍ରସ୍ତୁତ କରିବା ପାଇଁ ଅନ୍ୟ ୟୁରୋପୀୟ ଦେଶ, ନରୱେ ଏବଂ ୟୁକେ ସହିତ ଘନିଷ୍ଠ ଆଲୋଚନା କରୁଛି।
ଟ୍ରମ୍ପଙ୍କ ନୀତିକୁ ୟୁରୋପୀୟ ଦେଶଙ୍କ ବିରୋଧ
- ସ୍ୱିଡେନ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ଆପତ୍ତି
- ବ୍ରିଟିସ୍ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମରଙ୍କ ବିରୋଧ
- ୟୁରୋପୀୟ କମିସନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର ଲେଏନ୍ ମଧ୍ୟ ରାଗିଲେ
- ଟ୍ରମ୍ପଙ୍କ ମତକୁ ତୀବ୍ର ଭାବରେ ପ୍ରତ୍ୟାଖ୍ୟାନ କଲେ
- ସାର୍ବଭୌମତ୍ୱ ଏବଂ ଅନ୍ତର୍ଜାତୀୟ ଆଇନ ପାଇଁ ଦୃଢ଼ ସମର୍ଥନ
ଗ୍ରିନଲାଣ୍ଡରେ ଜୋରଦାର ବିକ୍ଷୋଭ ।ଆମେରିକା ବିରୋଧରେ ବଡ ଧରଣର ବିକ୍ଷୋଭ ଜାରି ରହିଛି ।ହାଡଭଙ୍ଗା ଶୀତ, ପ୍ରବଳ ତୁଷାରପାତକୁ ଖାତିର ନକରି ରାସ୍ତାକୁ ଓହ୍ଲାଇଛନ୍ତି ହଜାର ସଂଖ୍ୟକ ଗ୍ରିନଲାଣ୍ଡ ନାଗରିକ ।ଏହି ପ୍ରତିବାଦ,ଧାରଣା କେବଳ ଆଉ କେବଳ ଆମେରିକା ବିରୋଧରେ ।ଏଇଠି କହି ରଖୁଛୁ
ଟ୍ରମ୍ପଙ୍କୁ ଗ୍ରିନଲାଣ୍ଡରେ ଜୋରଦାର ବିରୋଧ
- ଶାନ୍ତିପ୍ରିୟ ଦେଶ ଗ୍ରିନଲାଣ୍ଡ
- ବିବାଦଠୁ ଦୂରରେ, ପ୍ରକୃତିପ୍ରେମୀ ଦେଶ
- ଦୀର୍ଘଦିନ ପରେ ବିକ୍ଷୋଭ ଦେଶରେ ଦେଖିବାକୁ ମିଳିଛି
- ବର୍ତ୍ତମାନ ଆତ୍ମରକ୍ଷା ପାଇଁ ବାହାରିଛି
- ଆମେରିକାକୁ ଗ୍ରିନଲାଣ୍ଡରେ ଜୋରଦାର ବିରୋଧ
- ଦେଶକୁ କବଜା କରିବାକୁ ଧମକ ଦେଉଛନ୍ତି ଟ୍ରମ୍ପ
- ଟ୍ରମ୍ପ ବିଭିନ୍ନ ପ୍ରକାର ଲୋଭ ଦେଖାଉଛନ୍ତି
- ୟୁରୋପୀୟ ଦେଶ ଉପରେ ଟାରିଫ୍ ଲଗାଇଲେଣି
- ଏସବୁକୁ ତାକୁ ସେଠାକାର ନାଗରିକ ଜୋରଦାର କରୁଛନ୍ତି
- ଦୁଇଦିନ ହେଲା ରାଜଧାନୀ ନୁକର ଚିତ୍ର ବଦଳିଛି
- ୨୦ ହଜାର ଲୋକଙ୍କୁ ନେଇ ଗଡ଼ିଉଠିଥିବା ରାଜଧାନୀ ନୁକର
- ଏଠାରେ ୯୦% ଲୋକ ରାସ୍ତାକୁ ଓହ୍ଲାଇଛନ୍ତି
- ଆକ୍ରୋଶର ନିଆଁ ଆମେରିକା ଦୂତାବାସକୁ ମାଡ଼ିଗଲାଣି
- ସ୍ଥିତିକୁ ଦେଖି ଆମେରିକା ଦୂତାବାସରେ କଡ଼ା ସୁରକ୍ଷା
- ଟ୍ରମ୍ପ ବିରୋଧୀ ନିଆଁ ଡେନମାର୍କ ସମେତ ଅନ୍ୟ ୟୁରୋପ ଦେଶକୁ ମାଡ଼ିଲାଣି
ଆମେରିକା ସହିତ ବାଣିଜ୍ୟ ଚୁକ୍ତିକୁ ୟୁରୋପୀୟ ସଂଘ ଅବରୋଧ କରିଛି ।ଟ୍ରମ୍ପଙ୍କ ଧମକର ଜବାବ ୟୁରୋପୀୟ ସଂସଦର ସର୍ବବୃହତ ଗୋଷ୍ଠୀ, ୟୁରୋପିୟ ପିପୁଲସ ପାର୍ଟିର ମୁଖ୍ୟ ମାନଫ୍ରେଡ ୱେବର ଦେଇଛନ୍ତି ।ମାନଫ୍ରେଡ କହିଛନ୍ତି ଆମେରିକା ଓ ୟୁରୋପୀୟ ସଂଘର ବାଣିଜ୍ୟ ଚୁକ୍ତିକୁ ୟୁରୋପିୟ ପିପୁଲସ ପାର୍ଟି ସମର୍ଥନ କରିଆସୁଛି ।କିନ୍ତୁ ଗ୍ରିନଲାଣ୍ଡ ଉପରେ ଆମେରିକା ଧମକ ପରେ ଏହାକୁ ସ୍ଥଗିତ ରଖାଯିବ ।
ଇୟୁ ରୋକିଲା ବାଣିଜ୍ୟ ଚୁକ୍ତି
- ବାଣିଜ୍ୟ ଚୁକ୍ତି ଗତ ଗ୍ରୀଷ୍ମ ଋତୁରେ ଇୟୁ କମିସନର ଅଧ୍ୟକ୍ଷ ଓ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିଲା
- ଆମେରିକା ଅଧିକାଂଶ ଇୟୁ ସାମଗ୍ରୀ ଉପରେ ୧୫ % ଶୁଳ୍କ ଲାଗୁ କରିଥାନ୍ତା
- ଇୟୁ ଆମେରିକୀୟ ଶିଳ୍ପ ସାମଗ୍ରୀ ଏବଂ କୃଷି ଉତ୍ପାଦ ଉପରେ ଶୁଳ୍କ ଦୂର କରିଥାନ୍ତା
- ଲକ୍ଷ୍ୟ ଥିଲା ଏକ ପୂର୍ଣ୍ଣାଙ୍ଗ ବାଣିଜ୍ୟ ଯୁଦ୍ଧକୁ ଏଡ଼ାଇବା
- ଚୁକ୍ତିନାମା ଆଂଶିକ ଭାବରେ କାର୍ଯ୍ୟକାରୀ ହୋଇଛି
- ଅନେକ ଇୟୁ ସାଂସଦ ଚୁକ୍ତି ନେଇ ପୂର୍ବରୁ ଆମେରିକାର ବିରୋଧୀ ଥିଲେ
ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ପୁଣି ଥରେ ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇଙ୍କ ଶାସନ ଉପରେ ସିଧାସଳଖ ଟାର୍ଗେଟ କରି କହିଛନ୍ତି ଯେ, ଇରାନକୁ ଏବେ ଏକ ନୂତନ ନେତୃତ୍ୱର ଆବଶ୍ୟକତା ଅଛି। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ଖେିମିନି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଇରାନରେ ହିଂସାତ୍ମକ ଅଶାନ୍ତି ସୃଷ୍ଟି କରିବା ମୂଳରେ ଆମେରିକା ରହିଥିବା ଅଭିଯୋଗ ଆଣିଥିଲେ। ସେ ଦାବି କରିଥିଲେ ଯେ, ଆମେରିକା ଏବଂ ଇସ୍ରାଏଲର ଗୋଷ୍ଠୀଗୁଡ଼ିକ ପୋଡ଼ାଜଳା, ସାର୍ବଜନୀନ ସମ୍ପତ୍ତି ନଷ୍ଟ ସ ଜାଣିଶୁଣି ଆମ ଦେଶରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଖେମିନି ପୋଷ୍ଟ ସେୟାର କରିବା ପରେ ଟ୍ରମ୍ପ ଇରାନ ପ୍ରଶାସନକୁ ଟାର୍ଗେଟ କରି ଏଭଳି ମନ୍ତବ୍ୟ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବିବୃତି ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିବାର ଆଶଙ୍କା ରହିଛି।ସୂଚନାଯୋଗ୍ୟ, ଆର୍ଥିକ ଅସ୍ଥିରତା, ବେକାରୀ ଏବଂ ମୁଦ୍ରାସ୍ଫୀତି ବିରୁଦ୍ଧରେ ୨୮ ଡିସେମ୍ବର ୨୦୨୫ରେ ଆରମ୍ଭ ହୋଇଥିବା ପ୍ରତିବାଦ ଧୀରେ ଧୀରେ ଇସଲାମିକ୍ ଗଣରାଜ୍ୟର ଧାର୍ମିକ ବ୍ୟବସ୍ଥାର ଉଚ୍ଛେଦ ଦାବିରେ ପରିଣତ ହୋଇଛି। ପ୍ରଦର୍ଶନକାରୀଙ୍କ ଉପରେ ସୁରକ୍ଷା ବାହିନୀଙ୍କ ଦ୍ୱାରା କଠୋର କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଆସିଛି। ମାନବାଧିକାର ସଂଗଠନଗୁଡ଼ିକ କହିଛନ୍ତି, ଗତ ତିନି ସପ୍ତାହ ମଧ୍ୟରେ ହଜାର ହଜାର ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି। ତେବେ ଇରାନ ସରକାର ଏଭଳି ଖବର ତଥା ମୃତ୍ୟୁ ସଂଖ୍ୟାକୁ ଲଗାତାର ଅସ୍ୱୀକାର କରିଆସୁଛନ୍ତି। ଟ୍ରମ୍ପ ପୂର୍ବରୁ ଇରାନକୁ ଚେତାବନୀ ଦେଇସାରିଛନ୍ତି ଯେ ଯଦି ପ୍ରତିବାଦକାରୀଙ୍କୁ ଗଣ ମୃତ୍ୟୁଦଣ୍ଡ ଦିଆଯାଏ ତେବେ ଆମେରିକା କଠୋର କାର୍ଯ୍ୟାନୁଷ୍ଠାନ ନେଇପାରେ। ଶୁକ୍ରବାର ଏକ ସୋସିଆଲ ମିଡିଆ ପୋଷ୍ଟରେ, ଟ୍ରମ୍ପ ଦାବି କରିଥିଲେ, ଇରାନ ନେତୃତ୍ୱ ଗଣ ମୃତ୍ୟୁଦଣ୍ଡ ଯୋଜନାକୁ ବନ୍ଦ କରିଦେଇଛନ୍ତି ବୋଲି ଜଣାପଡ଼ିଛି୧ କିନ୍ତୁ ତେହେରାନ ପକ୍ଷରୁ ଏପରି କୌଣସି ଖବରକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଛି।ପଲିଟିକୋ ସହିତ ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି
ସରିବ କି ଖାମନେଇଙ୍କ ଶାସନ?
- ଟ୍ରମ୍ପଙ୍କ ବୟାନ ବଢ଼ାଇଲା ଚର୍ଚ୍ଚା
- ଚରମସୀମାରେ ଆମେରିକା-ଇରାନ ତିକ୍ତତା
- ଧମକ ଓ ଆକ୍ରମଣ ଆଶଙ୍କା ଭିତରେ ଟ୍ରମ୍ପଙ୍କ ନୂଆ ବୟାନ
- ଇରାନରେ ବଦଳିବା ଉଚିତ ନେତୃତ୍ବ
- ଇରାନର ଭବିଷ୍ୟତ ବିଷୟରେ ଗମ୍ଭୀରତାର ସହିତ ଚିନ୍ତା କରିବାର ସମୟ
- ଇରାନର ବର୍ତ୍ତମାନର ନେତୃତ୍ୱ ଅସୁସ୍ଥ ଅଛନ୍ତି
- ସେ ଭୟଭୀତ ହୋଇ ହିଂସା ଓ ଦମନ ମାଧ୍ୟମରେ ଶାସନ କରୁଛନ୍ତି
- ଜଣେ ପ୍ରକୃତ ନେତା ଲୋକଙ୍କ ସ୍ୱର ଶୁଣିଥାନ୍ତି
- କ୍ଷମତାରେ ରହିବା ପାଇଁ ସେମାନଙ୍କୁ ଦମନ କରନ୍ତି ନାହିଁ
Follow Us