କନକ ବ୍ୟୁରୋ : ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ଗଠନ ହେବ ଶକ୍ତିଶ୍ରୀ ସଶକ୍ତିକରଣ ସେଲ । ଛାତ୍ରୀ ଓ ମହିଳା ଷ୍ଟାଫ୍ଙ୍କ ସୁରକ୍ଷା ପାଇଁ ଆସନ୍ତା ୨୫ ତାରିଖ ସୁଦ୍ଧା ସକ୍ତିଶ୍ରୀ ସେଲ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ୧୪ ତାରିଖ ସୁଦ୍ଧା ପ୍ରତି ଶ୍ରେଣୀ ଗୃହରେ ଜଣେ ଲେଖାଏଁ ମହିଳା ପ୍ରତିନିଧି ଚୟନ କରାଯିବ । ୨୦ ତାରିଖ ସୁଦ୍ଧା ଶକ୍ତିଶ୍ରୀ ସାଥୀ ଚୟନ କରିବାକୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଚିଠିରେ କୁହାଯାଇଛି ଯେ, ଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବା ଉଚିତ । ସେଥିପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆତ୍ମରକ୍ଷା କୌଶଳ ଠାରୁ ଆରମ୍ଭ କରି ମହିଳା ସଶକ୍ତିକରଣକୁ ସୁଦୃଢ଼ କରାଯିବ ।
୨୫ ସୁଦ୍ଧା ଶକ୍ତିଶ୍ରୀ ସେଲ୍
- ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଖୋଲିବ ଶକ୍ତିଶ୍ରୀ ସେଲ୍
- ୨୫ ତାରିଖ ସୁଦ୍ଧା ଶକ୍ତିଶ୍ରୀ ସେଲ୍ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ
- ସେଲ୍ରେ ଜଣେ ଅଧ୍ୟାପିକା ଶକ୍ତିଶ୍ରୀ ସଂଯୋଜିକା ଦାୟିତ୍ବରେ ରହିବେ
- ଜଣେ ଛାତ୍ରୀ ଶକ୍ତିଶ୍ରୀ ସାଥୀ ଭାବେ ରହିବେ
- ୨୦ ତାରିଖ ସୁଦ୍ଧା ଶକ୍ତିଶ୍ରୀ ସାଥୀ ଚୟନ କରାଯିବ
- ୧୪ ତାରିଖ ସୁଦ୍ଧା ପ୍ରତି ଶ୍ରେଣୀ ଗୃହରେ ଜଣେ ଲେଖାଏଁ ମହିଳା ପ୍ରତିନିଧିଙ୍କୁ ଦାୟିତ୍ବ
- ସେଲ୍ ଅଧ୍ୟକ୍ଷ ଭାବେ କଲେଜ ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ମଙ୍ଗଳ ଡିନ୍ ରହିବେ
- ଛାତ୍ରୀ ଓ ମହିଳାଙ୍କୁ ଦିଆଯିବ ଆତ୍ମରକ୍ଷା କୌଶଳ ତାଲିମ୍
- ଶିକ୍ଷାନୁଷ୍ଠାନରେ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ
- ଛାତ୍ରୀ, ମହିଳାଙ୍କ ଶାରୀରିକ, ଆଇନଗତ, ମାନସିକ ଓ ଡିଜିଟାସ ସୁରକ୍ଷା ପାଇଁ ଗୁରୁତ୍ବ
- କଲେଜ ଗୁଡ଼ିକରେ ଶକ୍ତିଶ୍ରୀ ସେଲ ୬ ଦିନର ଆତ୍ମକୌଶଳ ତାଲିମ୍ କାର୍ଯ୍ୟକ୍ରମ କରିବ
- ସାପ୍ତାହିକ ଯୋଗ, ପ୍ରାଣାୟମ, ବ୍ୟାୟାମ ଆଦି କରାଯିବ
- କର୍ମଶାଳା, ସେମିନାର, ଆଲୋଚନାଚକ୍ର, ସଚେତନତା କାର୍ଯ୍ୟକ୍ରମ କରାଯିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/09/13-2025-08-09-09-50-00.jpg)