କନକ ବ୍ୟୁରୋ : ଆଭୂଷଣ ପ୍ରିୟ ଭାରତୀୟ ସୁନା,ଚାନ୍ଦି,ହୀରା, ମୋତି ପିନ୍ଧିବାକୁ ଭାରି ଭଲ ପାଆନ୍ତି । ଯେଉଁଥିପାଇଁ ଭାରତୀୟ ବିବାହରେ କନ୍ୟା ଘରୁ ପୁଳା ପୁଳା ସୁନା,ରୁପା ବରଘରକୁ ଉପହାର ସ୍ବରୂପ ଯାଇଥାଏ । ଯଦି ରାଜକୀୟ ବିବାହ କଥା କହିବା ତାହେଲେ ଗହଣାର କ୍ବାଣ୍ଟିଟି ମଧ୍ୟ ବୃଦ୍ଧି ପାଏ । ରାଜକୀୟ ବିବାହ କଥା ଉଠିବ ଏବଂ ରାଜସ୍ଥାନର ଜୟପୁର କଥା ଆସିବନି ଏହା କେମିତି ସମ୍ଭବ । ବଲିଉଡର ସେଲିବ୍ରିଟି ହୁଅନ୍ତୁ କି ରାଜପୁତ ଘରର ବିବାହ ସବୁ ଜୟପୁର ରାଜମହଲରେ ହେବାର ଏକ ଇତିହାସ ରହିଛି । ବର୍ତ୍ତମାନ ରାଜସ୍ଥାନ ଅମୁମନର ଆଉ ଏକ ବିବାହ ଏବେ ଖୁବ ଚର୍ଚ୍ଚାରେ ରହିଛି । ବିବାହ ଯେତେ ଚର୍ଚ୍ଚିତ ନାହିଁ ବିବାହ କାର୍ଡକୁ ନେଇ ଚହଳ ସୃଷ୍ଟି ହୋଇଛି । କାର୍ଡର ଖାସ୍ କଥା ହେଉଛି ଏହା ସମ୍ପୂର୍ଣ୍ଣ ରୁପାରେ ପ୍ରସ୍ତୁତ ହୋଇଛି ।
ଆଗକୁ ପଢ଼ନ୍ତୁ : ମା’ ପାର୍ବତୀଙ୍କ ଏକମାତ୍ର ବିଧବା ରୂପ : କାଳରାତ୍ରୀଙ୍କଠାରୁ ଅଧିକ ଭୟଙ୍କର
୩ କିଲୋଗ୍ରାମ୍ ଶୁଦ୍ଧ ରୁପାରେ ତିଆରି ଏହି କାର୍ଡରେ ୬୫ ଜଣ ଦେବଦେବୀଙ୍କ ପ୍ରତିଛବି ରହିଛି । ଯାହାର ମୂଲ୍ୟ ୨.୫ ମିଲିୟନ ଟଙ୍କା ବୋଲି ଜଣାପଡ଼ିଛି । ଜୟପୁର ବ୍ୟବସାୟୀ ଶିବ ଜୋହରୀ ତାଙ୍କ ଝିଅ ଶ୍ରୁତି ଜୋହରୀଙ୍କ ବିବାହ ପାଇଁ ଏହି କାର୍ଡଟି ତିଆରି କରିଥିବା ସୂଚନା ମିଳୁଛି । କାର୍ଡରେ ୧୨୮ ଖଣ୍ଡ ରୁପାର ବ୍ୟବହାର କରାଯାଇଛି । ଆଶ୍ଚର୍ଯ୍ୟର ବିଷୟ ହେଉଛି କାର୍ଡରେ କୌଣସି କଣ୍ଟା ବା ସ୍କ୍ରୁର ବ୍ୟବହାର ହୋଇନାହିଁ । କାର୍ଡରେ "ଶ୍ରୀ ଗଣେଶାୟ ନମଃ" ଲେଖାଥିବା ବଡ଼ ଗଣେଶ ପ୍ରତିମା ରହିଛି । ଗଜାନନଙ୍କ ଡାହାଣ ପାର୍ଶ୍ୱରେ ଦେବୀ ପାର୍ବତୀ ଏବଂ ବାମ ପାର୍ଶ୍ୱରେ ମହାଦେବ ବସିଛନ୍ତି । ଏହି ପ୍ରତିମା ତଳେ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀ ବସିଛନ୍ତି । ବିବାହ କାର୍ଡଟି ଏକ ବାକ୍ସ ଆକୃତିର ହୋଇଥିବା ବେଳେ ଏହାର ଲମ୍ବ ୮ ଇଞ୍ଚ ଏବଂ ଚଉଡ଼ା ୬.୫ ଇଞ୍ଚ ବୋଲି ଜଣାପଡ଼ିଛି । କାର୍ଡ ଭିତରେ ଶ୍ରୀକୃଷ୍ଣଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତକୁ ଦର୍ଶାଯାଇଛି । ଭଗବାନ ବିଷ୍ଣୁଙ୍କ ୧୦ ଅବତାର ଏବଂ ଦକ୍ଷିଣ ଭାରତୀୟ ଶୈଳୀରେ ପ୍ରତିମାଙ୍କ ବେଶଭୂଷାଙ୍କ ଦର୍ଶାଯାଇଛି । କାର୍ଡ ବାହାର ଭାଗରେ ଦେବୀ ଲକ୍ଷ୍ମୀ ଏବଂ ସୂର୍ଯ୍ୟ ଦେବଙ୍କ ଆଠଟି ରୂପ ରହିଛି । ଏମିତିକି ଭଗବାନ ଭେଙ୍କଟେଶ୍ୱର ଙ୍କ ଉଭୟ ଅବତାରକୁ ମଧ୍ୟ ଏଥିରେ ଚିତ୍ରିତ କରାଯାଇଛି । ସାରଥି, ଦୀପ ଧରିଥିବା ଦେବତା,ଶଙ୍ଖ ଏବଂ ଢୋଲ ବଜାଉଥିବା ସେବକମାନଙ୍କୁ ମଧ୍ୟ କାର୍ଡରେ ଦେଖାଯାଉଛି ।
କାର୍ଡ ବିଷୟରେ ଶିବ ଜୋହରୀ କୁହନ୍ତି, "ମୁଁ ଗୋଟିଏ ବର୍ଷ ଧରି ଏହି କାର୍ଡଟି ନିଜେ ତିଆରି କରିଛି । ସବୁବେଳେ ଚାହୁଥିଲି ଯେ ମୋ ଝିଅର ବିବାହରେ ସମସ୍ତ ଦେବୀ-ଦେବତାଙ୍କ ସହିତ ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରାଯାଉ । ତେଣୁ ମୋ ଝିଅକୁ ଏକ ମୂଲ୍ୟବାନ ଉପହାର ଦେବାକୁ ଚାହୁଥିଲି ଯାହା ପିଢ଼ି ପରେ ପିଢ଼ି ତା' ପାଖରେ ରହିବ । ୬ ମାସ ଚିନ୍ତା କରିବା ପରେ ମୁଁ ଏହି କାର୍ଡ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲି ଏବଂ ପୂରା ଏକ ବର୍ଷ ପରେ କାର୍ଡଟି ପ୍ରସ୍ତୁତ ହୋଇଗଲା ।" କାର୍ଡରେ ଦେବତା ଏବଂ ଦେବୀଙ୍କ ପ୍ରତିଛବି ସହିତ ବର ଏବଂ କନ୍ୟାଙ୍କ ନାମ ମଧ୍ୟଭାଗରେ ଲେଖାଯାଇଛି । ବରର ନାମ ଶ୍ରୁତି ଜୋହରୀ ଏବଂ କନ୍ୟାର ନାମ ହର୍ଷ ସୋନି । କାର୍ଡରେ ବର ଏବଂ କନ୍ୟାଙ୍କ ପିତାମାତା , ସମଗ୍ର ପରିବାରର ନାମ ମଧ୍ୟ ଖୋଦିତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/01/25/wedding-card-2026-01-25-14-53-13.jpg)