ଟ୍ରାକରୁ ଖସିଲା ୨୫ଟି ବଗି । ମଥୁରାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

Advertisment

ଉତ୍ତରପ୍ରଦେଶ ମଥୁରାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ। ଟ୍ରେନର ୨୫ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ବୁଧବାର ବିଳମ୍ବିତ ରାତିରେ ବୃନ୍ଦାବନ ଷ୍ଟେସନ ଠାରୁ ୮୦୦ ମିଟର ଦୂରରେ ଏହି ଟ୍ରେନ ଦୁର୍ଘଟଣା ଘଟିଛି । ମାଲବାହୀ ଟ୍ରେନଟି ଆଗ୍ରାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସମୟରେ ଲାଇନଚ୍ୟୁତ ହୋଇଛି ।

Train

କନକ ବ୍ୟୁରୋ : ଉତ୍ତରପ୍ରଦେଶ ମଥୁରାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ। ଟ୍ରେନର ୨୫ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ବୁଧବାର ବିଳମ୍ବିତ ରାତିରେ ବୃନ୍ଦାବନ ଷ୍ଟେସନ ଠାରୁ ୮୦୦ ମିଟର ଦୂରରେ ଏହି ଟ୍ରେନ ଦୁର୍ଘଟଣା ଘଟିଛି । ମାଲବାହୀ ଟ୍ରେନଟି ଆଗ୍ରାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସମୟରେ ଲାଇନଚ୍ୟୁତ ହୋଇଛି । ରେଲବାଇ ପୋଲିସ ଓ ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଟ୍ରାକ ମରାମତି କାମ ଆରମ୍ଭ କରାଯାଇଛି । ଦୁର୍ଘଟଣା ପରେ ୪ଟି ଲାଇନ ମଧ୍ୟରୁ ୩ଟି ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କିଛି ଟ୍ରେନର ଚଳାଚଳ ଆଂଶିକ ଓ କିଛି ଟ୍ରେନ ଚଳାଚଳକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରାଯାଇଥିବା ବେଳେ ଅନେକ ଟ୍ରେନର ଗତିପଥ ବଦଳାଯାଇଛି । ଟ୍ରେନ୍ ଦୁର୍ଘଟଣାରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରିପୋର୍ଟ ଆସିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe