ବିହାର ଝିଅକୁ ବେଙ୍ଗାଲୁରୁରେ ହତ୍ୟା ; ୧୮ ଦିନ ପରେ ଜଣାପଡ଼ିଲା ସତ

ବିହାର ଝିଅକୁ ବେଙ୍ଗାଲୁରୁରେ ହତ୍ୟା । ନିଖୋଜ ଥିବାର ୧୮ ଦିନ ପରେ ଖୋଲିଲା ହତ୍ୟାକାଣ୍ଡର ପୂରା କାହାଣୀ । ଅପହରଣ ପରେ ନାବାଳିକ ଝିଅକୁ ହତ୍ୟା କରିଥିଲା ପୂର୍ବରୁ ବିବାହିତ ପ୍ରେମିକ ।

deadbody******

deadbody****** Photograph: (KanakNews)

କନକ ବ୍ୟୁରୋ: ବେଙ୍ଗାଲୁରୁରୁ ମିଳିଲା   ବିହାରରୁ ନିଖୋଜ ନାବାଳିକାର ମୃତଦେହ। ଘର ଠାରୁ ୨୪ଶହ କିଲୋମିଟର ଦୂରରେ ମିଳିଲା ନିଖୋଜ ନାବାଳିକାର ମୃତଦେହ । ଗତ ୨୧ ତାରିଖରେ ବେଙ୍ଗାଲୁରୁର ଏକ ରେଲୱେ ବ୍ରିଜ୍ ତଳେ ନୀଳ ରଙ୍ଗର ସୁଟ୍‌କେସ୍ ଭିତରେ ନାବାଳିକାର ମୃତଦେହ ମିଳିଥିଲା । ହେଲେ ସୁଟକେସ୍ ଭିତରେ ଥିବା ମୃତଦେହ କାହାର ଏହା ଜାଣିବା ପାଇଁ ବେଙ୍ଗାଲୁରୁ ପୁଲିସକୁ ୧୨ ଦିନ ଲାଗିଗଲା । 

ସୂଚନା ଅନୁସାରେ, ମେ ୨୧ ତାରିଖରେ ବେଙ୍ଗାଲୁରୁ ଚନ୍ଦାପୁରା ରେଲୱେ ବ୍ରିଜ୍ ତଳୁ ମିଳିଥିଲା ଏକ ସନ୍ଦିଗ୍ଧ ସୁଟକେସ୍ । ଏଥିରେ ଏକ ଝିଅର ମୃତଦେହ ଜବତ କରିଥିଲା ବେଙ୍ଗାଲୁରୁ ପୁଲିସ। ପ୍ରାରମ୍ଭିକ ତଦନ୍ତରେ ଝିଅକୁ ନେଇ ପୁଲିସକୁ ମିଳିନଥିଲା କୌଣସି ତଥ୍ୟ । କେବଳ ଝିଅର ଚେହେରା ସ୍ପଷ୍ଟ ଓ ଅକ୍ଷତ ଥିବାରୁ ଏହାକୁ ନେଇ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ମୃତ ଝିଅର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ତାର ପରିଚୟ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲା ବେଙ୍ଗାଲୁରୁ ପୁଲିସ । ଆଉ ଝିଅର ଠିକଣା ବିହାର ନୱାଗା ଜିଲ୍ଲାର ବୋଲି ଜାଣିବାକୁ ପାଇଥିଲା ପୁଲିସ । ପରେ ବେଙ୍ଗାଲୁରୁ ଓ ବିହାର ପୁଲିସର ମିଳିତ ତଦନ୍ତରେ ଖୋଲିଥିଲା ହତ୍ୟାକାଣ୍ଡର ପୂରା କାହାଣୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe