୨୪ ନକ୍ସଲଙ୍କ ଆତ୍ମସମର୍ପଣ ; ଲଗାତାର ସର୍ଚ୍ଚ ଅପରେସନ୍ ପରେ ମାଓବାଦୀଙ୍କ ଶାନ୍ତି ଅପିଲ

Advertisment

ସୁରକ୍ଷାକର୍ମୀଙ୍କ ଲଗାତାର ସର୍ଚ୍ଚ ଅପରେସନ୍ ପରେ ମାଓବାଦୀଙ୍କ ଶାନ୍ତି ଅପିଲ । କେରେଗେଟ୍ଟାରେ ସେନା ଅଭିଯାନ ବନ୍ଦ କରିବାରୁ ଚିଠି କରି ଗୁହାରି । ସେପଟେ ବିଜାପୁରରେ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ ।

ସୁରକ୍ଷାକର୍ମୀଙ୍କ ଲଗାତାର ସର୍ଚ୍ଚ ଅପରେସନ୍ ପରେ ମାଓବାଦୀଙ୍କ ଶାନ୍ତି ଅପିଲ । କେରେଗେଟ୍ଟାରେ ସେନା ଅଭିଯାନ ବନ୍ଦ କରିବାରୁ ଚିଠି କରି ଗୁହାରି । ସେପଟେ ବିଜାପୁରରେ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ ।

 Mao surrender, bijapur

Mao surrender, bijapur Photograph: (KanakNews)

କନକ ବ୍ୟୁରୋ: ଛତିଶଗଡ ବିଜାପୁରରେ ଆତ୍ମସମର୍ପଣ କରିଛନ୍ତି ୨୪ ମାଓବାଦୀ । ଏମାନଙ୍କ ମଧ୍ୟରୁ ୧୪ଜଣ ମାଓବାଦୀଙ୍କ ଉପରେ ୨୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ଏପ୍ରିଲ ୨୧ ତାରିଖରୁ ତେଲେଙ୍ଗାନା ସୀମା ବିଜାପୁରରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିବାବେଳେ ଲଗାତାର ମାଓ ସମର୍ପଣ ଖବର ଆସୁଛି ।

naxal bijapur***
naxal bijapur*** Photograph: (KanakNews)

ବିଜାପୁର ପୋଲିସ ଅଧୀକ୍ଷକ ଜିତେନ୍ଦ୍ର କୁମାର ଯାଦବଙ୍କ ସୂଚନା ମୁତାବକ , ସରେଣ୍ଡର କରିଥିବା ମାଓବାଦୀ ଅମାନବାୟ ମାଓ ଚିନ୍ତାଧାରା, ସ୍ଥାନୀୟ ଆଦିବାସୀଙ୍କ ଉପରେ ଅଯଥା ଅତ୍ୟାଚାରକୁ ନେଇ ଅତିଷ୍ଠ ହୋଇପଡିଛନ୍ତି । ସେମାନେ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ’ଭଲ ଗାଁ’ ଅଭିଯାନ ଦ୍ବାରା ପ୍ରଭାବିତ ହୋଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ପୂର୍ବ ବସ୍ତର ସମ୍ଭାଗ , ପରତାପୁର ଏରିଆ କମିଟି ଓ ପଶ୍ଚିମ ବସ୍ତର ସମ୍ଭାଗ  ସଙ୍ଗଠନ ସହ ସମ୍ପୃକ୍ତ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe