କନକ ବ୍ୟୁରୋ: ଛତିଶଗଡ ବିଜାପୁରରେ ଆତ୍ମସମର୍ପଣ କରିଛନ୍ତି ୨୪ ମାଓବାଦୀ । ଏମାନଙ୍କ ମଧ୍ୟରୁ ୧୪ଜଣ ମାଓବାଦୀଙ୍କ ଉପରେ ୨୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ଏପ୍ରିଲ ୨୧ ତାରିଖରୁ ତେଲେଙ୍ଗାନା ସୀମା ବିଜାପୁରରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିବାବେଳେ ଲଗାତାର ମାଓ ସମର୍ପଣ ଖବର ଆସୁଛି ।
ବିଜାପୁର ପୋଲିସ ଅଧୀକ୍ଷକ ଜିତେନ୍ଦ୍ର କୁମାର ଯାଦବଙ୍କ ସୂଚନା ମୁତାବକ , ସରେଣ୍ଡର କରିଥିବା ମାଓବାଦୀ ଅମାନବାୟ ମାଓ ଚିନ୍ତାଧାରା, ସ୍ଥାନୀୟ ଆଦିବାସୀଙ୍କ ଉପରେ ଅଯଥା ଅତ୍ୟାଚାରକୁ ନେଇ ଅତିଷ୍ଠ ହୋଇପଡିଛନ୍ତି । ସେମାନେ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ’ଭଲ ଗାଁ’ ଅଭିଯାନ ଦ୍ବାରା ପ୍ରଭାବିତ ହୋଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ପୂର୍ବ ବସ୍ତର ସମ୍ଭାଗ , ପରତାପୁର ଏରିଆ କମିଟି ଓ ପଶ୍ଚିମ ବସ୍ତର ସମ୍ଭାଗ ସଙ୍ଗଠନ ସହ ସମ୍ପୃକ୍ତ ଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/29/BvUOxY6pms1FzJ0TZQ7e.jpg)