ପିଏମ୍ ଆବାସ ପାଇଁ  ଆବେଦନ କଲେଣି ୨୪ ଲକ୍ଷ ; ୩୦ ତାରିଖରେ ମିଳିବ ୫୦ ହଜାର ଘର

ପିଏମ୍ ଆବାସ ପାଇଁ ଆବେଦନ କଲେଣି ୨୪ ଲକ୍ଷ ୨୨ ହଜାର ୭୭୧ ହିତାଧିକାରୀ । ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା, ଯୋଗ୍ୟ ହିତାଧିକାରୀ ପାଇବେ ଲାଭ । ୩୦ ତାରିଖ କଳାହାଣ୍ଡିରେ ୫୦ ହଜାର ଘର ବାଣ୍ଟିବେ ମୁଖ୍ୟମନ୍ତ୍ରୀ।

PM Awas+

PM Awas+ Photograph: (KanakNews)

କନକ ବ୍ୟୁରୋ: ପିଏମ ଆବାସ ସର୍ଭେରେ ଅଧିକାରୀଙ୍କୁ ପଞ୍ଚାୟତିରାଜ ମନ୍ତ୍ରୀଙ୍କ କଡା ଚେତାବନୀ । ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଲେ ହେବ କାର୍ୟ୍ୟାନୁଷ୍ଠାନ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ୨୪ ଲକ୍ଷ ୨୨ ହଜାର ୭୭୧ ଜଣ ପିଏମ ଆବାସ ଯୋଜନାରେ ପଞ୍ଜିକରଣ କରିସାରିଛନ୍ତି । ତେଣୁ  ପାତର ଅନ୍ତର ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି । 

ମାର୍ଚ୍ଚ ୩୧ ସୁଦ୍ଧା ହିତାଧିକାରୀଙ୍କ ତାଲିକା ବିଭାଗର ହସ୍ତଗତ ହେବ । ପଞ୍ଚାୟତ ଏବଂ ବ୍ଲକ ସ୍ତରର ଅଧିକାରୀ ଯଦି କାହାକୁ ଛାଡିଥିବେ, ଯେଉଁଠୁ ବି ଅଭିଯୋଗ ଆସିବ, ତାହେଲେ ସେଠିକାର ସମ୍ପୃକ୍ତ ବିଭାଗୀୟ ଅଧିକାରୀ ସେମାନଙ୍କ ପାଖରେ ପହଞ୍ଚିବେ ଓ ସମସ୍ୟାର ସମାଧାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି । କଳାହାଣ୍ଡିରେ ୩୦ ତାରିଖ ଦିନ ଅନ୍ତ୍ୟୋଦୟ ଯୋଜନାରେ ମୁଖ୍ୟମନ୍ତ୍ରୀ ୫୦ ହଜାର ଘର ବାଣ୍ଟିବେ ବୋଲି ମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe