କଟକ ନୂଆପଡ଼ା ହତ୍ୟାକାଣ୍ଡକୁ ବିତିଲା ୨୪ ଘଣ୍ଟା ; ଏଯାଏଁ ପୁଲିସ ହାତ ଖାଲି

Advertisment

ପୂର୍ବ ଶତ୍ରୁତା ନା ଆଉ କିଛି? ସେ ନେଇ ଛାନଭିନ୍ ଚଳାଇଛି ପୁଲିସ। ଏକାଧିକ ଯୁବକଙ୍କୁ ଅଟକ ରଖି କରୁଛି ପଚରାଉଚରା। ଅନ୍ୟପଟେ ମୃତ ସୌମ୍ୟ ରଂଜନ ଜେନାଙ୍କ ଭାଇ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସେ ଅଭିଯୋଗ କରିଛନ୍ତି । 

ପୂର୍ବ ଶତ୍ରୁତା ନା ଆଉ କିଛି? ସେ ନେଇ ଛାନଭିନ୍ ଚଳାଇଛି ପୁଲିସ। ଏକାଧିକ ଯୁବକଙ୍କୁ ଅଟକ ରଖି କରୁଛି ପଚରାଉଚରା। ଅନ୍ୟପଟେ ମୃତ ସୌମ୍ୟ ରଂଜନ ଜେନାଙ୍କ ଭାଇ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସେ ଅଭିଯୋଗ କରିଛନ୍ତି । 

cuttack

cuttack Photograph: (kanak news)

କନକ ବ୍ୟୁରୋ : କଟକ ନୂଆପଡ଼ା ହତ୍ୟାକାଣ୍ଡକୁ ୨୪ ଘଣ୍ଟା ବିତିଲା। ଏଯାଏଁ କିନ୍ତୁ ପୁଲିସ ହାତ ଖାଲି । କାହିଁକି ଏବଂ କିଭଳି ସ୍ଥିତିରେ ହତ୍ୟାକାଣ୍ଡ ଘଟିଲା ତାହା ଜଣାପଡ଼ିନାହିଁ । ଏପଟେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତ ସୌମ୍ୟ ରଂଜନଙ୍କ ଭାଇ ଅଭିଯୋଗ କରିଛନ୍ତି  । ପୂର୍ବ ଶତ୍ରୁତା ନା ଆଉ କିଛି? ସେ ନେଇ ଛାନଭିନ୍ ଚଳାଇଛି ପୁଲିସ। ଏକାଧିକ ଯୁବକଙ୍କୁ ଅଟକ ରଖି କରୁଛି ପଚରାଉଚରା। ଅନ୍ୟପଟେ ମୃତ ସୌମ୍ୟ ରଂଜନ ଜେନାଙ୍କ ଭାଇ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସେ ଅଭିଯୋଗ କରିଛନ୍ତି । 

ଗତକାଲି ଅପରାହ୍ଣରେ ପ୍ରିଣ୍ଟିଂ ପ୍ରେସ୍‌ କଲୋନି କ୍ବାର୍ଟରରେ ଘଟିଥିଲା ହତ୍ୟାକାଣ୍ଡ। କ୍ବାର୍ଟରରେ ଭୋଜିଭାତ ବେଳେ ହଠାତ୍ ଫୁଟିଥିଲା ଗୁଳି। ଏପଟେ ସରକାରୀ ପ୍ରିଣ୍ଟିଂ ପ୍ରେସ୍‌ କ୍ୱାର୍ଟରରେ କେମିତି ଘଟିଲା ହତ୍ୟାକାଣ୍ଡ, ସେ ନେଇ ପ୍ରଶ୍ନ ଉଠିଛି ପ୍ରଶ୍ନ। ଖାଲି ସେତିକି ନୁହେଁ, କିଛି ସରକାରୀ କ୍ବାର୍ଟର ଜବର ଦଖଲରେ ଥିବା ବେଳେ ନିଶା ମାଫିଆଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ସୌମ୍ୟ ରଞ୍ଜନଙ୍କ ହତ୍ୟାକାରୀ କେବେ ଧରାହେବେ? କେବେ ଖୋଲିବ ହତ୍ୟାକାଣ୍ଡ ଗୁମର? ନା ଏମିତି ଅନ୍ଧାରରେ ବାଡ଼ି ବୁଲଉଥିବ ପୁଲିସ?

ଅଧିକ ପଢ଼ନ୍ତୁ---୬ ମାସ ହେଲାଣି ଏଟିଏମ୍‌ ବନ୍ଦ ; ହନ୍ତସନ୍ତ ହେଉଛନ୍ତି ଉପଭୋକ୍ତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe