ରାଜ୍ୟରେ ୨୩୮୦ ଗାଁକୁ ଏବେବି ନାହିଁ ରାସ୍ତା ; ତଥ୍ୟ ରଖିଲେ ମନ୍ତ୍ରୀ

ପୂର୍ବ ସରକାର କହିଗଲେ ୨୫ ବର୍ଷ ଭିତରେ ରାଜ୍ୟ ବହୁତ ଆଗକୁ ବଢିଛି। ହେଲେ ଏହା କେତେ ସତ ତାହା ତଥ୍ୟରୁ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ବିଜେପି ସରକାରଙ୍କ ମନ୍ତ୍ରୀ। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ , ଏବେବି ରାଜ୍ୟର ୨ହଜାରରୁ ଅଧିକ ଗାଁକୁ ରାସ୍ତା ନାହିଁ।

road_--

road_-- Photograph: (kanakNews)

କନକ ବ୍ୟୁରୋ:  ପୂର୍ବ ସରକାର କହିଗଲେ ୨୫ ବର୍ଷ ଭିତରେ ରାଜ୍ୟ ବହୁତ ଆଗକୁ ବଢିଛି। ହେଲେ ଏହା କେତେ ସତ ତାହା ତଥ୍ୟରୁ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ବିଜେପି ସରକାରଙ୍କ ମନ୍ତ୍ରୀ। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ , ଏବେବି ରାଜ୍ୟର ୨ହଜାରରୁ ଅଧିକ ଗାଁକୁ ରାସ୍ତା ନାହିଁ। ମୟୂରଭଞ୍ଜ ଜିଲ୍ଲାରେ ୫୮ ଗାଁକୁ ରାସ୍ତା ନାହିଁ, ହେଲେ କନଭରଜେନ୍ସ ଯୋଜନାର ରାସ୍ତା ପାଇଁ ବିଜେପି ସରକାର ବ୍ୟବସ୍ଥା କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । 
  
ପୁର୍ବରୁ CFC,SFC,MLA ପାଣ୍ଠି, MP ପାଣ୍ଠି, ମନରେଗାରେ ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା ଥିଲା କିନ୍ତୁ ଚଳିତ ଥର ରାଜ୍ୟ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଏଥିପାଇଁ ବ୍ୟବସ୍ଥା ରହିଛି । ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ୩୫ ପ୍ରତିଶତ ଅର୍ଥ ଗାଁ ରାସ୍ତା ନିର୍ମାଣରେ ଖର୍ଚ୍ଚ ପାଇଁ ବ୍ୟବସ୍ଥା  ରହିଛି ।  ସବୁ ଗାଁକୁ ଗମନାଗମନର ସୁବିଧା କରିବାକୁ ଗ୍ରାମସଭା ମାଧ୍ୟମରେ ଆସୁଥିବା ପ୍ରକଳ୍ପ ଗୁଡ଼ିକୁ ମଞ୍ଜୁର କରାଯିବ ବୋଲି କହିଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe