ରାଜ୍ୟରେ ୨୩ଟି ସଂସ୍ଥା ଦେଉନାହାଁନ୍ତି ବିଦ୍ୟୁତ ବିଲ୍ ; ବକେୟା ବିଲକୁ ଛାଡ କରିଦେଇଛନ୍ତି ପୂର୍ବ ବିଜେଡି ସରକାର

 ବିଦ୍ୟୁତ କମ୍ପାନୀମାନେ ଗରୀବଗୁରୁବାଙ୍କ ଉପରେ ବିଦ୍ୟୁତ ବିଲ ନେଇ କୋଡମାଡ ହେଉଥିବାବେଳେ ବଡବଡିଆଙ୍କୁ କିନ୍ତୁ ମାଫ କରିଦେଉଛନ୍ତି। ପୂର୍ବ ବିଜେଡି ସରକାରଙ୍କ ପ୍ରୀୟାପ୍ରତି ତୋଷଣ ଯୋଗୁଁ ୧୪ଟି ସଂସ୍ଥାଙ୍କର କୋଟି କୋଟି ଟଙ୍କା ବିଦ୍ୟୁତ ବିଲ ଛାଡ କରାଯାଇଛି। ଗୃହରେ ଏହାର ଗୁମର ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ।

26potato

କନକ ବ୍ୟୁରୋ :  ବିଦ୍ୟୁତ କମ୍ପାନୀମାନେ ଗରୀବଗୁରୁବାଙ୍କ ଉପରେ ବିଦ୍ୟୁତ ବିଲ ନେଇ କୋଡମାଡ ହେଉଥିବାବେଳେ ବଡବଡିଆଙ୍କୁ କିନ୍ତୁ ମାଫ କରିଦେଉଛନ୍ତି। ପୂର୍ବ ବିଜେଡି ସରକାରଙ୍କ ପ୍ରୀୟାପ୍ରତି ତୋଷଣ ଯୋଗୁଁ ୧୪ଟି ସଂସ୍ଥାଙ୍କର କୋଟି କୋଟି ଟଙ୍କା ବିଦ୍ୟୁତ ବିଲ ଛାଡ କରାଯାଇଛି। ଗୃହରେ ଏହାର ଗୁମର ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ।

ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ରାଜ୍ୟର ୨୩ଟି ସଂସ୍ଥା ଏଯାଏଁ ଦେଇନାହାଁନ୍ତି ବିଦ୍ୟୁତ ବିଲ୍। ଏସବୁ ସଂସ୍ଥା ଉପରେ ବାକି ପଡିଛି ୧୦୯୬ କୋଟିର ବକେୟା ବିଦ୍ୟୁତ ବିଲ। ଖାଲି ଏତିକି ନୁହେଁ ପୂର୍ବ ବିଜେଡି ସରକାର ୧୦ ବର୍ଷ ଭିତରେ ୧୪ଟି ବଡ ବଡ ଶିଳ୍ପ ସଂସ୍ଥାର ୪୦୯୭ କୋଟି ଟଙ୍କା ବକେୟା ବିଦ୍ୟୁତ ବିଲ୍ ମାଫ୍ କରିଦେଇଛନ୍ତି। 

ଏସବୁ ସଂସ୍ଥା ମଧ୍ୟରେ ଅଛନ୍ତି, ଜିନ୍ଦଲ, ବେଦାନ୍ତ ପରି ଶିଳ୍ପ ସଂସ୍ଥା। ଜିନ୍ଦଲ ୨୮୫ କୋଟି ଟଙ୍କା ବାକି ରଖିଥିବା ବେଳେ ଭିସା ଷ୍ଟିଲ ଯାଜପୁର ର ୨୪୬ କୋଟି, ଜିଏମ ଆର କମଳାଙ୍ଗ ଏନର୍ଜି ୧୭୯ କୋଟି, ମାଇଥାନ ଇସ୍ପାତ ନିଗମ ଲିମିଟେଡ଼ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି। ସେହିପରି ୧୦ ବର୍ଷ ମଧ୍ୟରେ ବେଦାନ୍ତ ଲିମିଟେଡ଼କୁ ୩୫୯୯ କୋଟିର ବିକେୟା ବିଜୁଳି ବିଲ ଛାଡ଼ କରାଯାଇଛି, ଜିନ୍ଦଲ ଷ୍ଟିଲକୁ ମଧ୍ୟ ୧୦୩ କୋଟି ଛାଡ଼ କରାଯାଇଛି, ଜେକେ ପେପର ମିଲକୁ ମଧ୍ୟ ୨୬ କୋଟି ର ବକେୟା ବିଲ ଛାଡ଼ କରାଯାଇଛି ବୋଲି ଗୃହରେ ଲିଖତ ଉତ୍ତର ରଖିଛନ୍ତି କେଭି ସିଂଦେଓ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe