ତରଳ ଗଞ୍ଜେଇ କାରବାର; କୋରାପୁଟରୁ କେରଳ ଯାଏଁ ଲମ୍ବିଛି ଚେର

Advertisment

କୋରାପୁଟରୁ ୨୨୫ କୋଟି ଟଙ୍କାର ତରଳ ଗଞ୍ଜେଇ ଜବତ ପଛରେ ଆନ୍ତଃରାଜ୍ୟ ଲିଙ୍କ୍‌ ! ମାଷ୍ଟରମାଇଣ୍ଡ କେରଳର ଏଲେନ୍ ଜୟରାଜ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି । ଏଲେନ୍ ଜୟରାଜକୁ ମିଶାଇ କେରଳର ୪ ଜଣ ଏବଂ କୋରାପୁଟ ଓ ମାଲକାନଗିରିର ୩ ଜଣଙ୍କୁ ଗିରଫ କରାଯାଇଛି ।

କୋରାପୁଟରୁ ୨୨୫ କୋଟି ଟଙ୍କାର ତରଳ ଗଞ୍ଜେଇ ଜବତ ପଛରେ ଆନ୍ତଃରାଜ୍ୟ ଲିଙ୍କ୍‌ ! ମାଷ୍ଟରମାଇଣ୍ଡ କେରଳର ଏଲେନ୍ ଜୟରାଜ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି । ଏଲେନ୍ ଜୟରାଜକୁ ମିଶାଇ କେରଳର ୪ ଜଣ ଏବଂ କୋରାପୁଟ ଓ ମାଲକାନଗିରିର ୩ ଜଣଙ୍କୁ ଗିରଫ କରାଯାଇଛି ।

Liquid Ganja

Liquid Ganja Photograph: (Kanak News)

କନକ ବ୍ୟୁରୋ : ତରଳ ଗଞ୍ଜେଇ ତେଲ କାରବାର ପଛରେ ଆନ୍ତଃରାଜ୍ୟ ଲିଙ୍କ୍ । କେରଳ ପର୍ଯ୍ୟନ୍ତ ଲମ୍ବିଛି ଚେର । ଏପରିକି ତରଳ ଗଞ୍ଜେଇର ଅନ୍ତର୍ଜାତୀୟ ଲିଙ୍କ୍ ବି ଥିବା ସନ୍ଦେହ କରାଯାଉଛି । ଆଜି ଅପରେସନ୍‌ର ତୃତୀୟ ଦିନରେ ମାଷ୍ଟରମାଇଣ୍ଡ କେରଳର ଏଲେନ୍ ଜୟରାଜ ସମେତ ୬ ଜଣଙ୍କୁ ଗିରଫ କରିଛି ପୁଲିସ । କୋରାପୁଟ ଓ ମାଲକାନଗିରିର କିଛି ଯୁବକଙ୍କୁ ହାତ କରି ଏମାନେ ଏହି ବେଆଇନ୍ କାରବାର ଚଳାଇଥିଲେ ।

କୋରାପୁଟରୁ ୨୨୫ କୋଟି ଟଙ୍କାର ତରଳ ଗଞ୍ଜେଇ ଜବତ ପଛରେ ଆନ୍ତଃରାଜ୍ୟ ଲିଙ୍କ୍‌ ! ମାଷ୍ଟରମାଇଣ୍ଡ କେରଳର ଏଲେନ୍ ଜୟରାଜ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି । ଏଲେନ୍ ଜୟରାଜକୁ ମିଶାଇ କେରଳର ୪ ଜଣ ଏବଂ କୋରାପୁଟ ଓ ମାଲକାନଗିରିର ୩ ଜଣଙ୍କୁ ଗିରଫ କରାଯାଇଛି । ଦୀର୍ଘ ୩୦ ଘଣ୍ଟାର ଅପରେସନ୍ ପରେ ୬ଟି ସ୍ପେଶାଲ ଟିମ୍ ନନ୍ଦପୁର ବ୍ଲକ ପାଡ଼ୁଆ ଥାନା ଅଞ୍ଚଳରେ ଥିବା ଏକ ଟାପୁରୁ ଡଙ୍ଗାରେ ପାଟ୍ରୋଲିଂ କରି ମାଡ଼ି ବସିଛନ୍ତି । କେମିତି ହୋଇଥିଲା ଅପରେସନ୍, ସେ ସମ୍ପର୍କରେ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ।

ଅଧିକ ପଢ଼ନ୍ତୁ : କନ୍ଧମାଳରେ ବଡ଼ ଅପରେସନ: ୩୦ କୋଟିର ଗଞ୍ଜେଇ ଜବତ, ୭୪ ଗିରଫ

କେବଳ ଆନ୍ତଃରାଜ୍ୟ ଲିଙ୍କ୍ ନୁହେଁ, ବରଂ ଏହି ବେଆଇନ୍ କାରବାର ପଛରେ ଅନ୍ତର୍ଜାତୀୟ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ପୁଲିସ ୩ଟି ଟିମ୍ ଗଠନ କରି ବିଭିନ୍ନ ରାଜ୍ୟକୁ ପଠେଇବ । ତେବେ କେରଳର ୪ଜଣଙ୍କ ସହିତ ଯେଉଁ ୭ ଜଣ ଗିରଫ ହୋଇଛନ୍ତି, ସେମାନଙ୍କୁ ରିମାଣ୍ଡରେ ଆଣି ସିନ୍ ରିକ୍ରିଏସନ୍ କରିବାକୁ ପୁଲିସ ଯୋଜନା କରିଛି । ଗିରଫ ମାଷ୍ଟରମାଇଣ୍ଡ ଏଲେନ୍ ଜୟରାଜ ବିରୋଧରେ ପୂର୍ବରୁ ଗୁରୁତର ଅପରାଧ ଏବଂ ଏନ୍‌ଡିପିଏସ୍ ଆକ୍ଟ ମଧ୍ୟ ଲାଗିଥିବା ତଥ୍ୟ ମିଳିଛି ।

କୋରାପୁଟରୁ ଗୁରୁବାର ଦିନ ୧୮ଶହ ଲିଟର ତରଳ ଗଞ୍ଜେଇ ତେଲ ରଖାଯାଇଥିବା ୪୫ଟି ବ୍ୟାରେଲ ଜବତ କରାଯାଇଥିଲା । ଆଜି ମାଷ୍ଟରମାଇଣ୍ଡ ଧରାପଡିବା ପରେ ଆଗକୁ ଗଞ୍ଜେଇ ତେଲ ସିଣ୍ଡିକେଟ୍‌ ଗୁମର ଖୋଲିବା ନେଇ ଆଶା ବଢ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe