କନକ ବ୍ୟୁରୋ : ବାସି ଖାଦ୍ୟ ଖାଇ ୨୨ ଜଣ ଛାତ୍ରୀ ଅସୁସ୍ଥ । କେନ୍ଦୁଝର ଜିଲ୍ଲା ତେଲକୋଇ ଆଦର୍ଶ ବିଦ୍ୟାଳୟର ୨୨ ଜଣ ହଷ୍ଟେଲ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେଲକୋଇ ବ୍ଲକ ଓରିଆ ଠାରେ ଥିବା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ଥିବା ଛାତ୍ରୀମାନେ ବାସି ପଖାଳ ଖାଇବା ପରେ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ସାଲାଇନ ଲଗାଯାଇ ଚିକିତ୍ସା କରାଯାଉଛି ।
ହଷ୍ଟେଲ ୱାଡେନଙ୍କ କହିବା କଥା, ପ୍ରତ୍ୟେକ ଦିନ ସକାଳେ ଛୁଆମାନେ ସୁଜି ଖାଇଥାନ୍ତି । ଆଜି ସୁଜି ନଥିବାରୁ ୨୨ଜଣ ଛାତ୍ରୀ ପଖାଳ ଖାଇଥିଲେ ବୋଲି ବିଦ୍ୟାଳୟର ୱାଡେନ କହିଛନ୍ତି । ତା'ପରେ ସମସ୍ତ ୨୨ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । କାହାର ପେଟବ୍ୟଥା ତ ଆଉ କାହାର ବାନ୍ତି ହେଉଛି । ଆଉ କେତେଜଣଙ୍କର ମୁଣ୍ଡ ବୁଲାଉଥିବା ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/28/3YI8h0O0QqMYMEcAK71B.jpg)