ସ୍ବାମୀଙ୍କ ଲାଗି ଆସନ ଗଲା ; ଅଧ୍ୟକ୍ଷାଙ୍କ ବିରୋଧରେ ପଡିଲା ୨୧ ଭୋଟ

Advertisment

ଆସ୍ଥା ହରାଇଲେ କଲମପୁର ସମିତି ଅଧ୍ୟକ୍ଷା ମୋତି ବିହାରୀ । ସ୍ୱାମୀଙ୍କ ଦ୍ୱାରା ପରିଚାଳିତ ହୋଇ ମନମୁଖୀ ଶାସନ କରିବା ପଡ଼ିଲା ମହଙ୍ଗା । ଅଧ୍ୟକ୍ଷାଙ୍କ ବିରୋଧରେ ପଡ଼ିଲା ୨୧ ଭୋଟ୍ ।

ଆସ୍ଥା ହରାଇଲେ କଲମପୁର ସମିତି ଅଧ୍ୟକ୍ଷା ମୋତି ବିହାରୀ । ସ୍ୱାମୀଙ୍କ ଦ୍ୱାରା ପରିଚାଳିତ ହୋଇ ମନମୁଖୀ ଶାସନ କରିବା ପଡ଼ିଲା ମହଙ୍ଗା । ଅଧ୍ୟକ୍ଷାଙ୍କ ବିରୋଧରେ ପଡ଼ିଲା ୨୧ ଭୋଟ୍ ।

ସମିତି ଅଧ୍ୟକ୍ଷା

ସମିତି ଅଧ୍ୟକ୍ଷା Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଆସ୍ଥା ହରାଇଲେ କଲମପୁର ସମିତି ଅଧ୍ୟକ୍ଷା । ପୂର୍ବରୁ ଅଭିଯୋଗ ହୋଇଥିଲା , ସ୍ଵାମୀଙ୍କ ଦ୍ଵାରା ପରିଚାଳିତ ହୋଇ ଉନ୍ନୟନ କାର୍ଯ୍ୟକ୍ରମ କରୁଥିଲେ  ସମିତି ଅଧ୍ୟକ୍ଷା । ଫଳରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀଙ୍କ ବିରୋଧରେ ଅନାସ୍ଥା ଭୋଟ ପଡ଼ିଛି  l ମୋଟ ୨୪ ଜଣ ଭୋଟରଙ୍କ ମଧ୍ୟରୁ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଏବଂ ସମିତି ସଭ୍ୟ ଓ ସରପଞ୍ଚ ମିଶି ୨୨ ଜଣ ମତଦାନ କରିଛନ୍ତି। ସେଥିରୁ ୨୧ଟି ଭୋଟ ଅଧ୍ୟକ୍ଷାଙ୍କ ବିରୋଧରେ ପଡିଛି। 

ଅତିରିକ୍ତ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କୀ ନିର୍ବାଚନ ଅଧିକାରୀ ଭାବେ ଉପସ୍ଥିତ ରହି ଅନାସ୍ଥା ନିର୍ବାଚନ ପରିଚାଳନା କରିଥିଲେ l ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମନ ଚକମା, କଲମପୁର ତହସିଲଦାର ସ୍ମରଣିକା ତୁଲ, ବିଡିଓ ବିଜୟ କୁମାର ମାଡାଙ୍ଗି ମଧ୍ୟ ଉପସ୍ଥିତ ଥିଲେ । ଗତ ମାର୍ଚ୍ଚ ମାସ ୧୦ ତାରିଖରେ କଲମପୁର ବ୍ଲକର ସମିତି ସଭ୍ୟ ଏବଂ ସରପଞ୍ଚମାନେ ବ୍ଲକ ଅଧ୍ୟକ୍ଷା ମୋତି ବିହାରୀଙ୍କ ମନମୁଖୀ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଆଜି ଅନାସ୍ଥା ଭୋଟ ସମୟରେ ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ ମଧ୍ୟ ଉପସ୍ଥିତ ଥିଲେ । ମୋତି ବିହାରୀଙ୍କ ବିପକ୍ଷରେ ସମସ୍ତ ଭୋଟ ଯିବା ଗଣତି ସମୟରେ ଜଣାପଡିବା ପରେ ଅନାସ୍ଥା ସପକ୍ଷବାଦୀ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧ ପ୍ଲାଟୁନ ପୁଲିସ ଏବଂ ୫ ଜଣ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିବା ଥାନା ଅଧିକାରୀ ନୀଳାମ୍ବର ଯାନୀ ସୂଚନା ଦେଇଛନ୍ତି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe